୨୪ ଘଂଟାରେ ୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଓଡ଼ିଶାରେ ମୋଟ ମୃତ୍ୟୁସଂଖ୍ୟା ୬୧ ରେ ପହଁଚିଲା

ଭୁବନେଶ୍ୱର : ଜୁଲାଇ ୧୧: ୨୪ ଘଂଟାରେ ରାଜ୍ୟରେ ୫ ଜଣଙ୍କର ମୃତ୍ୟୁ ହେଇଛି I ଗଂଜାମ ଜିଲ୍ଲାରୁ ୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଥିବା ବେଳେ, କଟକ, ଭୁବନେଶ୍ୱର ଓ ପୁରୀ ରୁ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି I ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬୧ ରେ ପହଂଚିଛି I
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ତଥ୍ୟ ଅନୁସାରେ,
ପୁରୀ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ କରୋନା ଆକ୍ରାନ୍ତଂକର ଚିକିତ୍ସିତ ହେଇଥିବା ଅବସ୍ଥାରେ ମୃତ୍ୟୁ ହେଇଛି I ସେ ମଧୁମେହ ଓ ରକ୍ତ ଚାପ ରେ ମଧ୍ୟ ପୀଡିତ ଥିଲେ I
କଟକ ଜିଲ୍ଲାର ୪୬ ବର୍ଷ ବୟସ୍କ ଜଣେ ପୁରୁଷ ବ୍ୟକ୍ତି କରୋନା ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି I ସେ ମଧ୍ୟ ମଧୁମେହ, ରକ୍ତଚାପ ଏବଂ ଥାଇରଏଡ ରୋଗରେ ପୀଡିତ ଥିଲେ I
ଭୁବନେଶ୍ୱର ରୁ ୫୬ ବର୍ଷ ବୟସ୍କ ଜଣେ ମହିଳାଙ୍କର କରୋନା ରୋଗରେ ମୃତ୍ୟୁ ହେଇଛି I ସେ ମଧୁମେହ ରୋଗରେ ପୀଡିତ ଥିଲେ I
ଗଂଜାମ ଜିଲ୍ଲାରୁ ଜଣେ ୫୫ ବର୍ଷ ବୟସ୍କ ଏବଂ ଆଉ ଜଣେ ୭୨ ବର୍ଷ ବୟସ୍କ କରୋନା ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ ହେଇଛି I

Comments are closed.