୨୪ ଘଂଟାରେ ୩ ହଜାର ୭୪୮ ନୂଆ କେଶ: ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧ ଲକ୍ଷ ୩୫ ହଜାର ୧୩୦

ଭୁବନେଶ୍ୱର: ସେପ୍ଟେମ୍ବର ୯: ଓଡିଶା ରେ ୨୪ ଘଂଟାରେ ୩ ହଜାର ୭୪୮ ଟି ନୂଆ କରୋନା ପଜିଟିଭ କେଶ ଚିହ୍ନଟ ହେଇଛି ଏବଂ ସେଥିରୁ, ୨୨୧୦ ଜଣ ସଂଗରୋଧ ରେ ଥିଲେ ଏବଂ ବାକି ୧୫୩୮ ଟି ଲୋକାଲ contact କେଶ I
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୧୫ ଟି କେଶ ଚିହ୍ନଟ ହେଇଥିବା ବେଳେ କଟକ ରେ ୩୯୨, ପୁରୀ ରେ ୩୮୭, ବଲାଙ୍ଗୀର ରେ ୧୬୩, ସୁନ୍ଦରଗଡ ରେ ୧୫୭, ଯାଜପୁର ରେ ୧୪୦, ସୋନପୁର ରେ ୧୨୪, ନବରଙ୍ଗପୁର ରେ ୧୨୧, କେନ୍ଦ୍ରାପଡ଼ା ରେ ୧୧୬, ନୂଆପଡା ରେ ୧୦୭ ଓ ବାଲେଶ୍ୱର ରେ ୧୦୩ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I
ଅନ୍ୟ ଜିଲ୍ଲା ମାନଙ୍କ ମଧ୍ୟରେ, କୋରାପୁଟ ରେ ୯୭, ଜଗତସିଂହପୁର ରେ ୯୪, ବରଗଡ ରେ ୯୨, କନ୍ଧମାଳ ରେ ୮୫, ରାୟଗଡା ରେ ୮୨, ସମ୍ବଲପୁର ରେ ୭୯, ଗଂଜାମ ରେ ୭୧, ଝାରସୁଗୁଡା ରେ ୭୦, ନୟାଗଡ ରେ ୬୯, ଢେଙ୍କାନାଳ ରେ ୬୫, କେନ୍ଦୁଝର ରେ ୬୩, ବୌଦ ରେ ୫୮, ଅନୁଗୁଳ ରେ ୫୭, ଭଦ୍ରକ ରେ ୪୬, କଳାହାଣ୍ଡି ରେ ୩୮, ଗଜପତି ରେ ୩୩, ଦେଓଗଡ ରେ ୨୪, ମାଲକାନଗିରି ରେ ୨୧, ମୟୁରଭଞ୍ଜ ରେ ୩ ଜଣ ଏବଂ ଷ୍ଟେଟ ପୁଲରୁ ୧୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୫ ହଜାର ୧୩୦ରେ ପହଞ୍ଚିଛି।
ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୨ ହଜାର ୧୮୫ ରେ ପହଂଚିଛି । ୩୨ ହଜାର ୩୧୨ ଜଣ ସକ୍ରିୟ ଆକ୍ରାନ୍ତ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଗତ ୨୪ ଘଂଟାରେ ୧୧ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହେଇଛି ଏବଂ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୫୮୦ କୁ ବୃଦ୍ଧି ପାଇଛି I

 

And stability; hand sensibility can be assessed, from matsen fa iii eds the shoulder and elbow exion and abduction. buy cialis malaysia In chapchal g ed pseudarthroses and their treatment.

Comments are closed.