୨୪ ଘଂଟାରେ ୩,୭୭୭ ନୂଆ କରୋନା ରୋଗୀ ଚିହ୍ନଟ; ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୪୬ ହଜାର ୮୯୪ କୁ ବୃଦ୍ଧି

ଭୁବନେଶ୍ୱର: ସେପ୍ଟେମ୍ବର ୧୨: ଓଡ଼ିଶାରେ ୩,୭୭୭ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିମଧ୍ୟରୁ, ୨୧୯୧ ଜଣ ସଂଗରୋଧ ରେ ଥିଲେ ଏବଂ ବାକି ୧୫୮୬ ଜଣ ସ୍ଥାନୀୟ ସଂସ୍ପର୍ଶ ରେ ସଂକ୍ରମିତ ହେଇଛନ୍ତି I
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଅନୁଯାଇ, ଖୋର୍ଦ୍ଧା ଜିଲ୍ଲାରେ ୨୪ ଘଂଟାରେ ୮୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, କଟକ ରେ ୩୬୮ ଜଣ, ପୁରୀ ରେ ୨୩୭ ଜଣ, ସୁନ୍ଦରଗଡ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୧୪୮ ଜଣ ଲେଖାଏଁ , ବରଗଡ ରେ ୧୩୯ ଜଣ , ଯାଜପୁର ରେ ୧୩୩ ଜଣ, ବାଲେଶ୍ୱର ରେ ୧୨୭ ଜଣ, ଅନୁଗୁଳ ରେ ୧୧୫ ଜଣ, ସମ୍ବଲପୁର ରେ ୧୧୨ ଜଣ, ନବରଙ୍ଗପୁର ରେ ୧୦୭ ଜଣ, ଜଗତସିଂହପୁର ରେ ୧୦୦ ଜଣ, କୋରାପୁଟ ରେ ୯୮ ଜଣ, କେନ୍ଦୁଝର ରେ ୭୮ ଜଣ, ରାୟଗଡା ରେ ୭୫ ଜଣ, ନୂଆପଡା ରେ ୭୩ ଜଣ, ସୋନପୁର ରେ ୭୨ ଜଣ, ନୟାଗଡ ରେ ୭୧ ଜଣ, ଝାରସୁଗୁଡା ଓ କଳାହାଣ୍ଡି ରେ ୭୦ ଜଣ ଲେଖାଏଁ, ଭଦ୍ରକ ଓ ଢେଙ୍କାନାଳ ରେ ୬୭ ଜଣ ଲେଖାଏଁ, ଗଂଜାମ ଓ ମୟୁରଭଞ୍ଜ ରେ ୫୮ ଜଣ ଲେଖାଏଁ , ବଲାଙ୍ଗୀର ରେ ୫୧ ଜଣ, କନ୍ଧମାଳ ରେ ୪୯ ଜଣ, ବୌଦ ଓ ମାଲକାନଗିରି ରେ ୨୬ ଜଣ ଲେଖାଏଁ, ଦେଓଗଡ ରେ ୧୪ ଜଣ ଏବଂ ଗଜପତି ରେ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଷ୍ଟେଟ ପୂଲ ରୁ ୧୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ଏକ ଲକ୍ଷ ୪୬ ହଜାର ୮୯୪ କୁ ବୃଦ୍ଧି ପାଇଛି I ସେଥିରୁ, ଏକ ଲକ୍ଷ ୧୨ ହଜାର ୬୨ ଜଣ ସୁସ୍ଥ ହେଇସାରିଛନ୍ତି I
୨୪ ଘଂଟାରେ ୧୧ ଜଣଙ୍କର କରୋନା ରେ ମୃତ୍ୟୁ ହେଇଛି ଏବଂ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୬୧୬ ରେ ପହଂଚିଛି I ଏବେ ମୋଟ ୩୪ ହଜାର ୧୬୩ ଜଣ ଚିକିତ୍ସାଧୀନ ଅଛନ୍ତି I

December 22, am. cialis vs viagra December 30, am.

Comments are closed.