୨୪ ଘଂଟାରେ ଭୁବନେଶ୍ୱର ରେ ୧୩୭ ଓ କଟକରେ ୫୬ ଟି ନୂଆ କରୋନା ପଜିଟିଭ କେଶ ଚିହ୍ନଟ

0

ଭୁବନେଶ୍ୱର: ଜୁଲାଇ ୨୯: ୨୪ ଘଂଟାରେ ଭୁବନେଶ୍ୱର ରେ ୧୩୭ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିରୁ, ୯୮ ଟି Quarantine Case ଓ ୩୯ ଟି Local Contact Case I ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୫୦୨ କୁ ବୃଦ୍ଧି ପାଇଛି I
BMC ର ଟ୍ୱଇଟ ଅନୁଯାଇ, ଆଜି ୭୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଏହାକୁ ମିଶାଇ, ଭୁବନେଶ୍ୱର ରେ ୧,୨୧୬ ଜଣ ସୁସ୍ଥ ହେଇସାରିଛନ୍ତି I
ମୋଟ ୧,୨୭୧ ଜଣ ଚିକିତ୍ସାଧୀନ ଅଛନ୍ତି I ଏ ପର୍ଯ୍ୟନ୍ତ ମୋଟ ୧୩ ଜଣଙ୍କର କରୋନା ରେ ମୃତ୍ୟୁ ହେଇଛି I
ସେହିପରି, କଟକ ରେ ୫୬ ଟି ନୂଆ କରୋନା ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିମଧ୍ୟରେ , ୭ ଟି Institutional Case , ୪୭ ଟି Home Quarantine Case ଏବଂ ୨ ଟି Local Contact Case ଅଛି I
କଟକ ସହର ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩୩ କୁ ବୃଦ୍ଧି ପାଇଛି I ୮୩୩ ଜଣ ଙ୍କ ମଧ୍ୟରୁ, ୩୨୧ ଜଣ ସୁସ୍ଥ ହେଇସାରିଛନ୍ତି ଏବଂ ୫୦୨ ଜଣ ଚିକିତ୍ସାଧୀନ ଅଛନ୍ତି I ଏ ପର୍ଯ୍ୟନ୍ତ ୧୦ ଜଣଙ୍କର ମୃତ୍ୟୁ ହେଇଛି I

Leave A Reply

Your email address will not be published.