୨୪ ଘଂଟାରେ ଭୁବନେଶ୍ୱରରେ ଚିହ୍ନଟ ହେଲେ ୧୯ କରୋନା ସଂକ୍ରମିତ ଏବଂ ସୁସ୍ଥହେଲେ ୨୩ ଜଣ

ଭୁବନେଶ୍ୱର: ଜୁଲାଇ ୫: ଭୁବନେଶ୍ୱର ରୁ ଆଜି ଚିହ୍ନଟ ହେଇଛନ୍ତି ୧୯ ଜଣ କରୋନା ଆକ୍ରାନ୍ତ I ସେମାନଙ୍କ ମଧ୍ୟରେ ୯ ଜଣ quarantine ରେ ଥିଲେ ଏବଂ ବାକି ୮ ଜଣ local contact case I କଳ୍ପନା ଛକ ରେ ଥିବା ଗୋଟିଏ ସରକାରୀ ଅଫିସର ଦୁଇ ଜଣ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହେଇଛନ୍ତି ବୋଲି BMC ଟ୍ୱଇଟ ରେ ଦର୍ଶାଯାଇଛି I
ତେବେ ଆଜି ଭୁବନେଶ୍ୱରରେ ଆଉ ୨୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଆଜି ସୁଦ୍ଧା ଭୁବନେଶ୍ୱର ରେ ୪୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବାବେଳେ, ୨୭୦ ଜଣ ସୁସ୍ଥ ହେଇସାରିଛନ୍ତି I ତେବେ, ୧୫୬ ଜଣ ଚିକିତ୍ସିତ ହେଉଛନ୍ତି I
ଏ ପର୍ଯ୍ୟନ୍ତ ୬ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି I

Comments are closed.