୨୪ ଘଂଟାରେ ଓଡ଼ିଶାରେ ୬୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୩ ମୃତ

0

ଭୁବନେଶ୍ୱର : ଜୁଲାଇ ୧୫: ଓଡ଼ିଶାରେ ୬୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଗଂଜାମ ରୁ ସର୍ବାଧିକ ୨୮୬ ଜଣ ଚିହ୍ନଟ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୧୦୭, ବାଲେଶ୍ୱର ରୁ ୬୧, ଜଗତସିଂହପୁର ରୁ ୨୬, ମୟୁରଭଞ୍ଜ ରୁ ୨୧, କଟକ ରୁ ୧୬, ସୁନ୍ଦରଗଡ ଓ ନୟାଗଡ ରୁ ୧୫ ଜଣ ଲେଖାଏଁ, ଅନୁଗୁଳ ରୁ ୧୪ ଜଣ, ମାଲକାନଗିରି ରୁ ୧୩ ଜଣ, ସମ୍ବଲପୁର ରୁ ୧୦ ଜଣ, କେନ୍ଦ୍ରାପଡ଼ା ରୁ ୯ ଜଣ, ଯାଜପୁର, କେନ୍ଦୁଝର ଓ ପୁରୀ ରୁ ୫ ଜଣ ଲେଖାଏଁ, ଢେଙ୍କାନାଳ, ବୌଦ ଓ ବଲାଙ୍ଗୀର ରୁ ୨ ଜଣ ଲେଖାଏଁ ଏବଂ ଭଦ୍ରକ, ଝାରସୁଗୁଡା, କୋରାପୁଟ ଓ ରାୟଗଡା ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
୬୧୮ ଜଣଙ୍କ ମଧ୍ୟରୁ ୪୧୧ ଜଣ Quarantine ରେ ଥିଲେ ଏବଂ ୨୦୭ ଜଣ ଲୋକାଲ କେଶ I
ଏହାକୁ ମିଶାଇ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୮୯୮ ରେ ପହଂଚିଛି I
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଅନୁଯାଇ, ୨୪ ଘଂଟାରେ ରାଜ୍ୟରେ ୩ ଜଣ କରୋନା ଆକ୍ରାନ୍ତଂକର ମୃତ୍ୟୁ ହେଇଛି I ଗଂଜାମ ଜିଲ୍ଲାରୁ ୨ ଜଣ ଙ୍କର ମୃତ୍ୟୁ ହେଇଥିବା ବେଳେ, ଭୁବନେଶ୍ୱର ରୁ ଜଣଙ୍କର ମୃତ୍ୟୁ ହେଇଛି I ଗଂଜାମ ରୁ ମୃତ୍ୟୁବରଣ କରିଥିବା ୬୫ ବର୍ଷୀୟ ପୁରୁଷ ବ୍ୟକ୍ତି ଜଣଙ୍କ ମଧୁମେହ ରୋଗରେ ପୀଡିତ ଥିଲେ ଏବଂ ୮୬ ବର୍ଷୀୟ ବ୍ୟକ୍ତି ଜଣଙ୍କ ରକ୍ତ ଚାପ ରେ ପୀଡିତ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ର ସାଇଟ ରେ ଦର୍ଶାଯାଇଛି I

ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୭ ରେ ପହଂଚିଛି I

ସେହିପରି, ଦୁଇଜଣ କରୋନା ଆକ୍ରାନ୍ତ ଙ୍କର ଅନ୍ୟ କାରଣ ରୁ ମୃତ୍ୟୁ ହେଇଛି I ଦୁଇ ଜଣଙ୍କ ମଧ୍ୟରୁ ଜଣେ ଗଂଜାମ ଜିଲ୍ଲାର ଏବଂ ସେ Severe Traumatic Brain Injury ରେ ମୃତ୍ୟୁବରଣ କରିଛନ୍ତି I ଅନ୍ୟ ଜଣକ ଖୋର୍ଦ୍ଧା ଜିଲ୍ଲାର ଏବଂ ତାଙ୍କର Coronary Artery Disease ରେ ମୃତ୍ୟୁ ହେଇଛି I

Leave A Reply

Your email address will not be published.