୨୧ରେ ସୂର୍ଯ୍ୟ ପରାଗ ; ଶନିବାର ରାତି ୧୦.୩୮ରୁ ପାକତ୍ୟାଗ ଓ ଦେବନୀତି ନିଷେଧ

0

ଭୁବନେଶ୍ୱର : ଜୁନ ୧୮:୨୦୨୦ ମସିହାର ସବୁଠୁ ବଡ ମହାଜାଗତିକ ଘଟଣା ଜୁନ ୨୧ ତାରିଖରେ ହେବାକୁ ଯାଉଛି । ଆସନ୍ତା ରବିବାର ବଳୟ ସୂର୍ଯେ୍ୟାପରାଗ ଭାରତରେ ଦେଖାଯିବ । ଶନିବାର ରାତି ୧୦.୩୮ରୁ ପାକତ୍ୟାଗ ଓ ଦେବନୀତି ନିଷେଧ । ଆଉ ସୂର୍ଯେ୍ୟାପରାଗକୁ ନେଇ ଶ୍ରୀମନ୍ଦିରରେ ଏଭଳି ନୀତିକାନ୍ତି କରାଯିବ । ପୂର୍ବାହ@ ୧୧ ଟାରୁ ୧୧.୩୦ ମଧ୍ୟରେ ଗ୍ରହଣ ମହାସ୍ନାନ ହେବାକୁ ଥିବାବେଳେ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ମଇଲମ ଓ ବେଶ, ଦିନ ୧ଟାରେ ମଙ୍ଗଳ ଆଳତି, ଦିନ ୧.୩୦ ମିନିଟରେ ମଇଲମ ଓ ତଡପଲାଗି, ଅପରାହ୍ନ ୨.୩୦ରେ ଅବକାଶ ନୀତି କରାଯିବ ।
ସେହିପରି ଅପରାହ୍ନ ୩.୧୫ରେ ସୂର୍ଯ୍ୟପୂଜା, ୩.୩୦ରେ ବେଶ ଶେଷ ହେବ । ରାତି ୮ଟାରୁ ୯ଟା ମଧ୍ୟରେ ମଧ୍ୟାହ୍ନ ଧୂପ, ରାତି ୧୦.୩୦ ରେ ସନ୍ଧ୍ୟା ଆଳତି, ପରେ ୧୨.୩୦ରୁ ୪.୦୦ ମଧ୍ୟରେ ଦତ୍ତ ବନକଲାଗି ପ୍ରବେଶ ନୀତି କରାଯିବ । ସୂର୍ଯେ୍ୟାପରାଗ ଦିନ ସାଧାରଣ ଭାବେ ଏହି ଦିନ ଶୁଭକର୍ମ ନିଷେଧ ହୋଇଥିବାବେଳେ ଜୁନ ୨୦ ତାରିଖ ରାତି ୧୦.୩୮ ମିନିଟ ଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ହୋଇଛି । ରବିବାର ଅପରାହ୍ନ ୨.୦୯ ମିନିଟରେ ସର୍ବମୋକ୍ଷ ପରେ ସ୍ନାନ କରି ପାକକର୍ମ କରିହେବ ।

Leave A Reply

Your email address will not be published.