୨୦ ଦିନ ଭିତରେ ସରିବ ମାଟ୍ରିକ ଖାତାଦେଖା: ମାସ୍କ ପିନ୍ଧି ଖାତା ଦେଖିବେ ମୂଲ୍ୟାୟନକାରୀ

Edited by Papu Mohanty

ଭୁବନେଶ୍ୱର : May 11: ୨୦ରୁ ଆରମ୍ଭ ହେଉଥିବା ମାଟ୍ରିକ ପରୀକ୍ଷା ଖାତାଦେଖା କାର୍ଯ୍ୟ ମାତ୍ର ୨୦ଦିନ ଭିତରେ ଶେଷ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଖାତାଦେଖାବେଳେ ମୂଲ୍ୟାୟନକାରୀମାନେ କୋଭିଡ ଗାଇଡ୍‌ଲାଇନ୍‌କୁ କଡାକଡି ଭାବେ ପାଳନ କରିବେ । ମାସ୍କ ପିନ୍ଧି ଏମାନେ ଖାତା ଦେଖିବେ । ସାମାଜିକ ଦୂରତା ବଜାଇ ରଖିବା ଦିଗରେ ମଧ୍ୟ ସଚେତନ ହେବେ । ଚଳିତ ଥର ଅଧିକ ସଂଖ୍ୟକ ଶିକ୍ଷକ ଦଶମ ଖାତା ଦେଖିବେ । ରାଜ୍ୟରେ ଥିବା ଉଭୟ ଗ୍ରୀନ ଓ ରେଡ଼୍‌ ଜୋନରେ ଖାତା ଦେଖା ହେବ । ଯେଉଁ ପରୀକ୍ଷା କେନ୍ଦ୍ରରେ ଭିଡ ହେବାର ସମ୍ଭାବନା ରହିବ ସେଠାରେ ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବ ବୋଲି ଜଣାଯାଇଛି ।

Comments are closed.