୨୦୧୯-୨୦ ବର୍ଷ ପାଇଁ ଓଡିଶାକୁ କେନ୍ଦ୍ରର ୫ ହଜାର ୧୨୨ କୋଟି ଜିଏସ୍‌ଟି ସହାୟତା ରାଶି

ମାନ୍ଦାବସ୍ଥା କାରଣରୁ ରାଜସ୍ୱ କ୍ଷତିରୁ ମୁକ୍ତି ଦେବ

0

ଭୁବନେଶ୍ୱର : ଜୁଲାଇ ୨୮:ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ୫ ହଜାର ୧୨୨ କୋଟି ଟଙ୍କା ଜିଏସଟି ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶାକୁ ଏହି ବର୍ଦ୍ଧିତ ଜିଏସଟି ସହାୟତା ରାଶି ପ୍ରଦାନ କୋରନା ମହାମାରୀରେ ଅର୍ଥନୈତିକ ମାନ୍ଦାବସ୍ଥା କାରଣରୁ ହୋଇଥିବା ରାଜସ୍ୱ କ୍ଷତିରୁ ମୁକ୍ତି ପ୍ରଦାନ କରିବ । ଏହାସହ ରାଜ୍ୟରେ ବିକାଶମୂଳକ କାର୍ଯ୍ୟ ବୃଦ୍ଧି ପାଇଁ ରାଜ୍ୟର ଅର୍ଥନୀତିକୁ ଗତି ଦେବାରେ ପ୍ରୋତ୍ସାହନ ଯୋଗାଇବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି କେନ୍ଦ୍ର ସରକାର ଚଳିତବର୍ଷ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ୧ ଲକ୍ଷ ୬୫ ହଜାର ୩୦୨ କୋଟି ଟଙ୍କା ଜାରି କରିଛନ୍ତି । ତନ୍ମଧ୍ୟରୁ ଓଡ଼ିଶାକୁ ୫ ହଜାର ୧୨୨ କୋଟି ଟଙ୍କା ଜିଏସଟି ସହାୟତା ରାଶି ପ୍ରଦାନ କରାଯାଇଛି । ବିଗତ ୩ ବର୍ଷ ଧରି ଓଡ଼ିଶା ପାଇଁ ଜିଏସଟି ସହାୟତା ରାଶି ପ୍ରଦାନରେ କ୍ରମାଗତ ବୃଦ୍ଧି ହୋଇଛି । ୨୦୧୭-୧୮ରେ ୪ ହଜାର ୭୪ କୋଟିରୁ ୨୦୧୮- ୧୯ରେ ୪ ହଜାର ୮୬୭ କୋଟି ଟଙ୍କା ଏବଂ ଏବେ ଏହା ପୁଣି ୫.୨୩ ପ୍ରତିଶତ ବୃଦ୍ଧି ହୋଇଛି । ଓଡ଼ିଶା ସର୍ବଦା ମୋଦି ସରକାରଙ୍କ ପ୍ରାଥମିକତାରେ ରହିଛି ଏବଂ କେନ୍ଦ୍ର ସରକାରଙ୍କ ସହଯୋଗ କାରଣରୁ ଅଧିକ ଲାଭବାନ ହେଉଛି । ପ୍ରାକୃତିକ ବିପର୍ଯ୍ୟୟ ଏବଂ କରୋନା ମହାମାରୀ ସମୟରେ କେନ୍ଦ୍ର ସରକାରଙ୍କ ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ଓଡିଶା ଭଳି ରାଜ୍ୟ ଲାଭବାନ ହୋଇଛି । ଗତ କିଛି ମାସ ପୂର୍ବରୁ ଓଡ଼ିଶା ଅମ୍ଫନ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲା ଏବଂ ପ୍ରଧାନମନ୍ତ୍ରୀ ସଙ୍ଗେସଙ୍ଗେ ଓଡ଼ିଶାର ପୁନରୁଦ୍ଧାର ପାଇଁ ତକିାଳୀନ ୫୦୦ କୋଟି ଟଙ୍କା ମଞ୍ଜୁର କରିଥିଲେ । କେନ୍ଦ୍ର ସରକାରଙ୍କ ତରଫରୁ ଏକ ନିୟୁତରୁ କମ୍‌ ଲୋକ ବାସ କରୁଥିବା ସହର ଗୁଡ଼ିକର ପୌର ସଂସ୍ଥା(ନନ୍‌ମିଲିୟନ-ସିଟି) ପାଇଁ ଓଡ଼ିଶାକୁ ପ୍ରଥମ କିସ୍ତି ସ୍ୱରୂପ ଅଗ୍ରୀମ ଭାବରେ ୨୭୧.୭୫ କୋଟି ଟଙ୍କା ମିଳିଛି । ଜଳ ଜୀବନ ମିଶନ ଅଧୀନରେ ନିୟମିତ ଏବଂ ଦୀର୍ଘକାଳୀନ ଭିନ୍ନିରେ ଉନ୍ନମ ଗୁଣବତ୍ତା ସହ ଦୈନିକ ମୁଣ୍ଡପିଛା ୫୫ ଲିଟରର ପାନୀୟ ଜଳ ଯୋଗାଣକୁ ନିଶ୍ଚିତ କରିବା ପାଇଁ ଓଡ଼ିଶା ପାଇଁ ୮୧୨ କୋଟି ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.