୨୦ରୁ ମାଟ୍ରିକ ଖାତାଦେଖା; ଜୁଲାଇ ଶେଷସୁଦ୍ଧା ଫଳ

Edited By Papu Mohanty

ଭୁବନେଶ୍ୱର (ସବୁ୍ୟ): 09/05: ମାଟ୍ରିକ ପରୀକ୍ଷା ଖାତା ମୁଲ୍ୟାୟନ ଚଳିତମାସ ୨୦ତାରିଖରେ ଆରମ୍ଭ ହେବ ଓ ଜୁଲାଇ ଶେଷ ସପ୍ତାହ ସୁଦ୍ଧା ଫଳ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ପରୀକ୍ଷା ନିରୀକ୍ଷକମାନେ ଏଥିପାଇଁ ୧୯ତାରିଖରେ ରିପୋର୍ଟ କରିବେ । ଏଥିପାଇଁ ବିିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀ ଓ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତିଙ୍କ ସମେତ ଅଧିକାରୀମାନଙ୍କର ଏକ ବୈଠକ ବସି ଖାତା ମୂଲ୍ୟାୟନ ତାରିଖ ସଂପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି । ସଂପ୍ରତି କରୋନା ସଂକ୍ରମଣ ଗୁରୁତର ପରିସ୍ଥିତି ସୃଷ୍ଟି କରିଥିବାରୁ ଖାତାଦେଖା ବେଳେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ ଓ କୋଭିଡ ଗାଇଡ୍‌ଲାଇନ୍‌କୁ କଡାକଡି ଭାବେ ପାଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସୂଚନା ଯୋଗ୍ୟ ଯେ, ଫେବୁଆରୀ ୧୯ରୁ ମାର୍ଚ୍ଚ ୨ ଯାଏ ମାଟ୍ରିକ ପରୀକ୍ଷା ହୋଇଥିଲା । ତେବେ କରୋନା ଜନୀତ ପରିସ୍ଥିତି ଯୋଗୁ ମୁଲ୍ୟାୟନ ମାତ୍ର ଦୁଇଦିନ ହେବାପରେ ସ୍ଥଗିତ ରଖାଯାଇଥିଲା ।

Comments are closed.