୨ରୁ ୬ ଯାଏ ପ୍ରବଳ ବର୍ଷିବ; ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଅଗଷ୍ଟ ୨:ବର୍ଷାଭାବ ଯୋଗୁଁ ରାଜ୍ୟରେ ମରୁଡ଼ି ଭଳି ସ୍ଥିତି ସୃଷ୍ଟି ହୋଇଛି । ତେବେ ୬ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସୂଚନା ଅନୁସାରେ ସୋମବାର ମାଲକାନଗିିରି, କଳାହାଣ୍ଡି, ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ବରଗଡ଼, ବୌଦ୍ଧ, ବଲାଙ୍ଗୀର, ଦେବଗଡ଼, ଅନୁଗୁଳ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷାର ହେବାର ସଂଭାବନା ରହିଛି । ସେହିପରି ୪ ତାରିଖରେ ଙ୍କୋନାଳ, ଯାଜପୁର ଏବଂ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଏବଂ ମାଲକାନଗିିରି, କୋରାପୁଟ, ପୁରୀ, ଜଗତସିଂପୁର, କେନ୍ଦ୍ରପଡ଼ା, କେନ୍ଦୁଝର, ବୌଦ୍ଧ, ଅନୁଗୁଳ, ନୂଆପଡ଼ା, ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସଂଭାବନା ରହିଛି । ସେହିପରି ସମ୍ବଲପୁର,ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଏବଂ କଟକ, ଙ୍କୋନାଳ, ଅନୁଗୁଳ ଏବଂ ସମ୍ବଲପୁରରେ ପ୍ରବଳ ବର୍ଷା ହେବାର ସଂଭାବନା ରହିଛି । ୬ ତାରିଖରେ ବରଗଡ଼, ଦେବଗଡ଼ ଏବଂ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Comments are closed.