୧୯ରେ ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର : ଅଗଷ୍ଟ ୧୭: ଆସନ୍ତା ୧୯ ତାରିଖରେ ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ । ପୂର୍ବାହ୍ନ ସାଢ଼େ ୧୧ଟାରେ ୱେବସାଇଟ www.orissaresults.nic.in ରେ ରେଜଲ୍ଟ ଉପଲବ୍ଧ ହେବ ।
ଅଗଷ୍ଟ ୧୯ରେ ସକାଳ ୧୧ଟା ୩୦ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଧିବଦ୍ଧ ଭାବେ ପରୀକ୍ଷା ଫଳ ଉନ୍ମୋଚନ କରିବେ । ଚଳିତବର୍ଷ ୩୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଛନ୍ତି । ପ୍ରତିବର୍ଷ କଳା, ଧନ୍ଦାମୂଳକ ବିଭାଗ ସହ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଉଥିଲା । ଏଥର ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ଆଗୁଆ ପ୍ରକାଶ ପାଇବ । କଳା ଓ ଧନ୍ଦାମୂଳକ ବିଭାଗର ରେଜଲ୍ଟ ଚଳିତ ମାସ ଶେଷ ସପ୍ତାହରେ ବାହାରିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି ।

Comments are closed.