୧୭ରୁ କାର୍ଯ୍ୟରେ ଯୋଗଦେବେ ସବୁ ବିଶ୍ୱବିଦ୍ୟାଳୟ ଓ କଲେଜ ଅଧ୍ୟାପକ

ଭୁବନେଶ୍ୱର : ଏଣିକି ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟାରମ୍ଭ କରିବେ ଅଧ୍ୟାପକ । ଜୁନ୍‌ ୧୭ ତାରିଖରେ ଏମାନେ କାର୍ଯ୍ୟରେ ଯୋଗଦେବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହା ଅଧିନରେ ଥିବା ଅଧିନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ କୁଳପତି, ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ରାଜ୍ୟ ସରକାର ଅଧୀନସ୍ଥ ୟୁନିଭର୍ସିଟି, ସରକାରୀ ଓ ବେସରକାରୀ କଲେଜ ଷ୍ଟାଫ୍‌ ଡ୍ୟୁଟିରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସବୁ ଶିକ୍ଷକ,ଅଣଶିକ୍ଷକ ଓ କର୍ମଚାରୀ ଡ୍ୟୁଟିରେ ଯୋଗଦେବାକୁ ନିର୍ଦ୍ଦେଶ ହୋଇଛି । କରୋନା ଲକଡାଉନ୍‌ କଟକଣା ପରେ କଲେଜ୍‌ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରହିଛି ।

Comments are closed.