୧୬୪ ଜଣ କରୋନା ସଂକ୍ରମିତ ସୁସ୍ଥ ହେଲେ: ଓଡ଼ିଶାରେ ମୋଟ ସୁସ୍ଥ ହେଲେଣି ୫୩୫୩ ଜଣ

ଭୁବନେଶ୍ୱର: ଜୁଲାଇ ୦୧: ଆଜି ୧୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ I ଗଂଜାମ ରୁ ସର୍ବାଧିକ ୪୮, ଜଗତସିଂହପୁର ରୁ ୩୧, ବାଲେଶ୍ୱର ରୁ ୨୬ ଜଣ, କଟକ ରୁ ୨୫ ଜଣ, ଯାଜପୁର ରୁ ୧୨ ଜଣ, ଖୋର୍ଦ୍ଧା ରୁ ୧୨ ଜଣ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ ରୁ ୩ ଜଣ ଲେଖାଏଁ, କେନ୍ଦୁଝର ରୁ ୨ ଜଣ ଏବଂ ଭଦ୍ରକ ଓ ନୟାଗଡ ରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ସୁସ୍ଥ ହେଇଛନ୍ତି I
ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ମୋଟ ୫୩୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଲେଣି I
ଅନ୍ୟପକ୍ଷରେ, ରାଜ୍ୟରେ ଆଜି ଯାଏ ମୋଟ ୭୩୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I

Comments are closed.