୧୫ ଜଣଙ୍କୁ ବରିଷ୍ଠ ନେତାଙ୍କୁ ବିଜେଡି ସାଧାରଣ ସମ୍ପାଦକ ପଦ

ଭୁବନେଶ୍ୱର : ଜୁଲାଇ ୯:ବିଜେଡିର ୧୫ଜଣ ବରିଷ୍ଠ ନେତାଙ୍କୁ ସାଧାରଣ ସମ୍ପାଦକ ପଦବୀରେ ଅବସ୍ଥାପିତ କରାଯାଇଛି । ଦଳରେ ବରିଷ୍ଠ ଉପସଭାପତି, ବରିଷ୍ଠ ସାଧାରଣ ସମ୍ପାଦକ ଭଳି ପଦବୀ ସୃଷ୍ଟି ହୋଇଛି । ଆଜି ଏହି କ୍ରମରେ ୧୫ଜଣ ଦଳୀୟ ନେତାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି ।
ବିଜେଡି ପକ୍ଷରୁ ଜାରି ପ୍ରେସ୍‌ ରିଲିଜ୍‌ ଅନୁସାରେ, ୧୫ଜଣ ବରିଷ୍ଠ ସାଧାରଣ ସମ୍ପାଦକ ପଦବୀରେ ଅବସ୍ଥାପିତ କରାଯିବା ସହ ବିଭିନ୍ନ କ୍ଷେତ୍ର(ୱିଙ୍ଗ)ର ଇନଚାର୍ଜ ମଧ୍ୟ କରାଯାଇଛି । ବରିଷ୍ଠ ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିଥିବା ନେତାମାନେ ହେଲେ ନୃସିଂହ ସାହୁଙ୍କୁ ଆଂଚଳିକ ବିକାଶ, ଅଶୋକ ଚନ୍ଦ୍ର ପଣ୍ଡା, କଳିକେଶ ସିଂହଦେଓ, ପ୍ରୀତିରଞ୍ଜନ ଘଡ଼େଇଙ୍କୁ ସୋସିଆଲ େୱଲଫେୟାରର ଇନଚାର୍ଜ, ଅରୁଣ କୁମାର ସାହୁ ଓ ରୋହିତ ପୂଜାରୀଙ୍କୁ କଳା,ସଂସ୍କୃତି ଓ ମାନବ ସମ୍ବଳର ଇନଚାର୍ଜ, ଅତନୁ ସବ୍ୟସାଚୀ ନାୟକଙ୍କୁ ‘ମୋ ପରିବାର’ର ଇନଚାର୍ଜ, ରବି ନାରାୟଣ ନନ୍ଦ, ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କୁ ପରିବେଶ ଇନଚାର୍ଜ, ପ୍ରତାପ ଜେନା ଓ ନବକିଶୋର ଦାସଙ୍କୁ ସଶକ୍ତ ଓଡ଼ିଶା ଇନଚାର୍ଜ, ରମେଶ ଚନ୍ଦ୍ର ମାଝୀ, ସରୋଜିନୀ ହେମ୍ବ୍ରମଙ୍କୁ ଆଦିବାସୀ ବିକାଶ ଓ ସଂଖ୍ୟାଲଘୁ ବ୍ୟାପାର ଇନଚାର୍ଜ, ଶଶୀଭୂଷଣ ବେହେରାଙ୍କୁ ମହିଳା ସଶକ୍ତିକରଣ ଓ ଅନୁସୂଚିତ ଜାତି କଲ୍ୟାଣ ଇନଚାର୍ଜ ଏବଂ ସୁମ୍ରିତ୍ରା ଜେନାଙ୍କୁ ମହିଳା ସଶକ୍ତିକରଣ ଇନଚାର୍ଜ ଭାବେ ଅବସ୍ଥାପିତ କରାଯାଇଛି ।

Comments are closed.