୧୫ରୁ ଓଡ଼ିଶାରେ ହୋଇପାରେ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର: ଅଗଷ୍ଟ ୧୨: ପଶ୍ଚିମ କେନ୍ଦ୍ରିୟ ଏବଂ ଏହାର ଆଖପାଖ ଉତ୍ତର -ପଶ୍ଚିମ ବଙ୍ଗେପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳସ୍ୱରୂପ ୪୮ ଘଣ୍ଟା ମଧ୍ୟରେ ସେହି ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇପାରେ । ଏହାର ପ୍ରଭାବରେ ଓଡ଼ିଶାରେ ଆସନ୍ତା ୧୫ ତାରିଖରୁ ଅତି ପ୍ରବଳ ବର୍ଷ ହେବାର ସମ୍ଭାବନା ରହିଛି । ଯାହା ଓଡ଼ିଶାର ଚାଷୀଙ୍କ ପାଇଁ ଏକ ଖୁସିର ଖବର । ଏହା ବହୁମାତ୍ରାରେ ନିଅଣ୍ଟିଆ ବର୍ଷାକୁ ଭରଣା କରିବ ବୋଲି ଆଇଏମ୍‌ଡି (ଭାରତ ପାଣିପାଗ ବିଭାଗ)ତରଫରୁ ସୂଚନା ମିଳିଛି ।
ଓଡ଼ିଶା ସହ ଆନ୍ଧ୍ରପ୍ରଦେଶ ଉପକୂଳ, ତେଲେଙ୍ଗାନା, ବିଦର୍ଭ ଓ ଛତିଶଗଡ଼ରେ ବ୍ୟାପକ ବର୍ଷା ହେବାର ସମ୍ଭାବନା ରହିଛି । ଆଇଏମ୍‌ଡି ସୂଚନା ଅନୁସାରେ, ପଶ୍ଚିମ ବିହାର ଏବଂ ଏହାର ଆଖପାଖ ନିମ୍ନ ଟପୋସେଫେରିକ୍‌ ସ୍ତରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ।

Comments are closed.