୧୨୦୦୦ ନିଯୁକ୍ତି ଦେବ ୱିପ୍ରୋ

ବାଙ୍ଗାଲୁରୁ: ଚଳିତ ବର୍ଷ ୱିପ୍ରୋ କମ୍ପାନୀ ପାଖାପାଖୀ ୧୨୦୦୦ ନିଯୁକ୍ତି ପ୍ରଦାନ କରିଥିବାବେଳେ ଆସନ୍ତାବର୍ଷ ମଧ୍ୟ ସମାନ ସଂଖ୍ୟକ ନିଯୁକ୍ତି ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ମୋଟ ନିଯୁକ୍ତିର ପ୍ରାୟ ୭୦% ଆମେରିକାରେ ନିଯୁକ୍ତି ପାଇଥିବା ଜଣାଯାଇଛି । ୱିପ୍ରୋର ମୁଖ୍ୟ ମାନବ ସଂଶାଧନ ଅଧିକାରୀ ତଥା ସଭାପତି ସୋ÷ରଭ ଗୋଭିଲ କହିଛନ୍ତି, “୨ ରୁ ୩ ବର୍ଷର ଅଭିଜ୍ଞତା ଥିବା ଅନେକ ଲୋକଙ୍କୁ ଆମେ ଆମେରିକାରେ ନିଯୁକ୍ତି ଦେଇଛୁ । ଆମେ ଅଭିଜ୍ଞତା ନଥିବା ନୂଆ ପିଲାଙ୍କୁ ସ୍ୱତନ୍ତ୍ରଭାବେ ପ୍ରଶିକ୍ଷଣ ଦେଇ ଅଧିକ ଦରମାରେ ନିଯୁକ୍ତି ଦେବାକୁ ପ୍ରୟାସ ଜାରି ରଖିଛୁ । ଏହି ଦଶନ୍ଧିରୁ ସବୁଠୁ କମ୍ ସଂଖ୍ୟକ ଲୋକ ୱିପ୍ରୋ ଛାଡିଥିବା ସେ ସୂଚନା ଦେଇଛନ୍ତି । ଗତ ୨ ବର୍ଷ ମଧ୍ୟରେ ଯୁବ ଇଞ୍ଜିନିୟର ମାନଙ୍କୁ ଆକର୍ଷିକ କରିବା ପାଇଁ ଆମେ ବିଭିନ୍ନ ଉପାୟମାନ ଅବଲମ୍ବନ କରିଛୁ ।

Comments are closed.