୧୦ହଜାରକୁ ବୃଦ୍ଧି ପାଇବ କୋଭିଡହସ୍ପିଟାଲ ଶଯ୍ୟା ସଂଖ୍ୟା

By Papu Mohanty

ଭୁବନେଶ୍ୱର : May 14:ରାଜ୍ୟରେ କୋଭିଡ ହସ୍ପିଟାଲ ଶଯ୍ୟା ସଂଖ୍ୟା ବୃଦ୍ଧି ନେଇ ଆଜି ବସିଥିବା ମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା ହୋଇଛି ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ବର୍ତ୍ତମାନ ଏହି ଶଯ୍ୟା ସଂଖ୍ୟା ୬ହଜାରରେ ରହିଛି ଓ ଏହାକୁ ୧୦ହଜାରକୁ ବୃଦ୍ଧି କରାଯିବା । ସେହିପରି କରୋନା ସଂକ୍ରମଣ ଚିହ୍ନଟ ପାଇଁ ରାଜ୍ୟରେ ବର୍ତ୍ତମାନ ଦୈନିକ ପ୍ରାୟ ୪୫୦୦ ଟି ନମୂନା ପରୀକ୍ଷା ହେଉଥିବାବେଳେ ଏହାକୁ ୧୫ହଜାରକୁ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରୀକ୍ଷା ସଂଖ୍ୟା ବୃଦ୍ଧି ଲାଗି ଆନୁଷଙ୍ଗିକ ଯନ୍ତ୍ରପାତି କ୍ରୟ ସେ ନେଇ ବୈଠକରେ ଆଲୋଚନା ମଧ୍ୟ ହୋଇଛି । ରାଜ୍ୟର ବର୍ତ୍ତମାନ ୪ଟି ନୂଆ ମେଡିକାଲ କଲେଜ କୋରାପୁଟ, ବଲାଙ୍ଗିର, ବାରିପଦା ଓ ବାଲେଶ୍ୱର ଠାରେ ନମୂନା ପରୀକ୍ଷା ଲାଗି ପଦକ୍ଷେପ ନିଆଯାଉଛି । ଚଳିତମାସ ଶେଷ ସୁଦ୍ଧା ଏସବୁ ଠାରେ ପରୀକ୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି । ଘରୋଇ ଡାକ୍ତରଖାନା ଗୁଡିକରେ କରୋନା ପରୀକ୍ଷା ପାଇଁ ଟେଣ୍ଡର ଜାରି ହୋଇଛି । ବର୍ତ୍ତମାନ ଯେଉଁସବୁ ବ୍ଲକରେ ଅଧିକ ସଂଖ୍ୟାରେ ପ୍ରବାସୀ ପହଞ୍ଚୁଛନ୍ତି । ସେଠାରେ କ ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ଶଯ୍ୟା ବୃଦ୍ଧି ଲାଗି ପଦକ୍ଷେପ ନିଆଯାଉଛିବୋଲି ମନ୍ତ୍ରୀ କହିଛନ୍ତି ।

Comments are closed.