ୟୁରୋପରେ ଭୟଙ୍କର ବନ୍ୟା

ଦିଲ୍ଲୀ:ଜୁଲାଇ ୧୭: ୟୁରୋପରେ ଜର୍ମାନ ଓ ବେଲଜିୟମ୍‌ରେ ପ୍ରବଳ ବର୍ଷା ହେବା ଫଳରେ ସେଠାରେ ବନ୍ୟା ପରିସ୍ଥିତି ଉପୁଜିଛି। ଶହ ଶହ ଲୋକଙ୍କ ଘର ପାଣିରେ ଭାସିଯିବା ସହ ସେଠାରେ ବିଦୁ୍ୟତ ସରବରାହ ଛିନ୍ନ ହୋଇଯାଇଛି। ବହୁ ଲୋକ ପାଣିରେ ଭାସି ଯାଇଥିବା ନିଖୋଜ ଥିବା ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ରିପୋର୍ଟ ଅନୁସାରେ, ଗତ କାଲି ସ୍ୱିଜରଲ୍ୟାଣ୍ଡ, ଲୁକ୍ସେମ୍‌ବର୍ଗ ଏବଂ ନେଦରଲ୍ୟାଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁଁ ଆଜି ହଠାତ୍‌ ବନ୍ୟା ମାଡ଼ି ଆସିଥିଲା। ବନ୍ୟାର ଭୟାବହକୁ ଦେଖି ପ୍ରଧାନମନ୍ତ୍ରୀ ମାର୍କ ରୁଟ୍‌ ନେଦରଲ୍ୟାଣ୍ଡରେ ଜାତୀୟ ବିପର୍ଯ୍ୟୟ ପରିସ୍ଥିତି ଘୋଷଣା କରିଛନ୍ତି।

Comments are closed.