ୟୁକ୍ରେନର ବିମାନ ହେଲା ଅପହରଣ !

ଭୁବନେଶ୍ୱର:ଅଗଷ୍ଟ ୨୪: ଆଫ୍‌ଗାନରେ ଫସି ରହିଥିବା ନିଜ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଆଜି ୟୁକ୍ରେନ ବିମାନ ଆଫଗାନିସ୍ତାନ ଯାଇଥିଲା । ବିମାନଟି ସେଠାରୁ ହାଇଜାକ୍‌(ଅପହରଣ)ହୋଇଯାଇଛି ବୋଲି ୟୁକ୍ରେନ ମନ୍ତ୍ରୀ ସୂଚନା ଦେଇଛନ୍ତି । ବିମାନକୁ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଅପହରଣ କରିଛି, ତାହାର ସଠିକ୍‌ ସୂଚନା ମିଳିନାହିଁ । କିନ୍ତୁ ଅପହରଣ କରିଥିବା ଅଜ୍ଞାତ ଲୋକମାନଙ୍କ ପାଖରେ ଅସ୍ତ୍ରଶସ୍ତ୍ର ରହିଥିଲା ବୋଲି ସୂଚନା ମିଳିଛି ।
ଗତ ରବିବାର ଦିନ କିଛି ଅଜ୍ଞାତ ଲୋକ ୟୁକ୍ରେନର ବିମାନ ଅପହରଣ କରିନେଇଥିଲେ । ଏହାପରେ ବିମାନକୁ ଜବରଦସ୍ତ ଇରାନ୍‌ ନିଆଯାଇଥିଲା । ଏବେବି ଶହେରୁ ଉର୍ଦ୍ଧ୍ୱ ୟୁକ୍ରେନ ନାଗରିକ ବର୍ତ୍ତମାନ ଆଫଗାନିସ୍ତରେ ରହିଛନ୍ତି । ତେବେ ଆଗକୁ ୟୁକ୍ରେନ୍‌ ନିଜ ନାଗରିକଙ୍କୁ କିପରି ଉଦ୍ଧାର କରିବ ନେଇ କିଛି ଖବର ଦେଇନି । ସୂଚନା ଅନୁସାରେ, ୟୁକ୍ରେନ୍‌ ମୋଟ୍‌ ୮୩ ଜଣ ଲୋକଙ୍କୁ ଆଫଗାନରୁ ଉଦ୍ଧାର କରିଛି । ସେମାନଙ୍କ ମଧ୍ୟରୁ ୩୧ ଜଣ ୟୁକ୍ରେନ ନାଗରିକ ରହିଛନ୍ତି । ୟୁକ୍ରେନ ନାଗରିକମାନଙ୍କ ମଧ୍ୟରୁ ୧୨ ଜଣ ୟୁକ୍ରେନ ସୈନ୍ୟ, କିଛି ସାମ୍ବାଦିକ ଓ ୟୁକ୍ରେନ୍‌ ସେଲିବ୍ରିଟି ରହିଛନ୍ତି ।

Comments are closed.