ଡ଼. ହର୍ଷବର୍ଦ୍ଧନ ‘ହୁ’ର କାର୍ଯ୍ୟକାରୀ ବୋର୍ଡ଼ ଅଧ୍ୟକ୍ଷ

Edited by Papu Mohanty

ଭୁବନେଶ୍ୱର : May 20: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ହଷବର୍ଦ୍ଧନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ)ର ପରବର୍ତ୍ତୀ କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ହେବେ ।ଆସନ୍ତା ୨୨ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କାର୍ଯ୍ୟକାରୀ ବୋର୍ଡ଼ ଅଧ୍ୟକ୍ଷ ଭାବରେ ସେ ଦାୟିତ୍ୱ ନେବେ । ତିନି ବର୍ଷ ପାଇଁ ଡ଼. ହର୍ଷବର୍ଦ୍ଧନ ଏହି ପଦରେ ରହିବେ । ସୋମବାରଠାରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟାଳୟରେ ବାର୍ଷିକ ବୈଠକ ଅନୁଷ୍ଠିତ ହେଉଛି । ଭାରତ ପକ୍ଷରୁ ଡ଼. ହର୍ଷବର୍ଦ୍ଧନ ଏହାର ପ୍ରତିନିଧିିତ୍ୱ କରୁଛନ୍ତି । ଏହି ଗୁରୁିତ୍ୱପୂର୍ଣ୍ଣ ପଦ ନିମନ୍ତେ ଭାରତ ଡ଼. ହର୍ଷବର୍ଦ୍ଧର୍ନଙ୍କ ନାମ ସୁପାରିସ କରିଥିଲା । ଗତକାଲି ୧୯୪ ଦେଶ ଭାରତର ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ । ଡ଼. ହର୍ଷବର୍ଦ୍ଧନ ଜାପାନର ଡ଼. ହିରୋକି ନକାତାନୀଙ୍କ ଉତ୍ତରାଧିକାରୀ ଭାବରେ ୨୨ ତାରିଖରେ ଦାୟିିତ୍ୱ ଗ୍ରହଣ କରିବେ । ଡ଼. ହିରୋକି ଏବେ ଏହି କାର୍ଯ୍ୟର୍ନିବାହୀ ବୋର୍ଡ଼ର ଅଧ୍ୟକ୍ଷ ରହିଛନ୍ତି । ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନର କାର୍ଯ୍ୟନିର୍ବାହୀ ବୋର୍ଡ଼ରେ ୩୪ଟି ଦେଶର ସଦସ୍ୟ ଅଛନ୍ତି ।ଏହି ବୋର୍ଡ଼ରେ ଚଳିତ ବର୍ଷ ରୁଷ, ଦକ୍ଷିଣ କୋରିଆ, ବ୍ରିଟେନ, କଲମ୍ବିଆ, ଘାନା, ଗିନି, ବୋତସ୍ୱାନା ଆଦି କିଛି ଦେଶକୁ ନୂତନ ଭାବରେ ସାମିଲ କରାଯାଇଛି ।

Comments are closed.