ହ୍ୟାଣ୍ଡକପ୍ ଅଛି ଅଭିଯୁକ୍ତ ନାହିଁ

ଆଇସିୟୁର ଚମ୍ପଟ ମାରିଲା ଅଭିଯୁକ୍ତ

କଟକ: କଟକ ଏସ୍ସିବି ଆଇସିୟୁରେ ଚିକିତ୍ସାଧୀନଥିବାବେଳେ ଚମ୍ପଟ ମାରିଲା ଅଭିଯୁକ୍ତ । ଆଇସିୟୁ ବେଡରେ ହ୍ୟାଣ୍ଡକପ୍ ଲାଗିଛି କିନ୍ତୁ ଅଭିଯୁକ୍ତ ଫେରାର । ଅଭିଯୁକ୍ତ ହେଉଛନ୍ତି ଆଲୋକ କୁମାର ସାହୁ(୨୨) । ଗତ ୪ ତାରିଖରେ ଏକ ମଦ ଦୋକାନରୁ ଚୋରି ଅଭିଯୋଗରେ ପଚରାଉଚରା ପାଇଁ ଆଲୋକକୁ ଥାନାକୁ ଆଣିଥିଲା ପୋଲିସ । ଆଇସିୟୁରେ ଚିକିତ୍ସାଧୀନଥିବାବେଳେ ରଘୁନାଥପୁର ଥାନାର ୨ କର୍ମଚାରୀ ଜଗି ରହିଥିଲେ । ଅଭିଯୁକ୍ତକୁ ପୋଲିସ ଜଗିରହିଥିବା ସତ୍ତେ୍ୱ ଅଭିଯୁକ୍ତ କିପରି ଆଇସିୟୁରୁ ଚମ୍ପଟ ମାରିଲା ସେ ନେଇ ଏବେ ସନ୍ଦେହରେ ଉଭୟ ପୋଲିସ ଓ ମେଡ଼ିକାଲ କତ୍ତୃପକ୍ଷ ।

Comments are closed.