ହୋଲିରେ ସଲ୍‌ମାନଙ୍କ ସର୍‌ପ୍ରାଇଜ୍

ଆଗକୁ ଆସୁଛି ରଙ୍ଗର ପର୍ବ ହୋଲି। ଆଉ ଏହି ଅବସରରେ ବଲିଉଡ୍‌ ସୁପରଷ୍ଟାର୍‌ ସଲ୍‌ମାନ୍‌ ଖାନ୍‌ ଫ୍ୟାନ୍‌ମାନଙ୍କ ପାଇଁ ନେଇ ଆସୁଛନ୍ତି ଏକ ବଡ଼ ସର୍‌ପ୍ରାଇଜ୍। ସେ ତାଙ୍କ ଅପ୍‌କମିଂ ଫିଲ୍ମ ‘ରାଧେ’ର ଟିଜର ରିଲିଜ୍ କରିବେ। ଏହି ଫିଲ୍ମରେ ସେ ପୁଣି ଥରେ ନିଜ ପୁରୁଣା ଅନ୍ଦାଜ୍‌ ଅର୍ଥାତ୍ ଫୁଲ୍‌ ଆକ୍ସନ୍‌ରେ ନଜର ଆସିବେ।ସଲ୍‌ମାନ୍ ହୋଲି ଦିନ ‘ରାଧେ’ର ଟିଜର୍‌ ରିଲିଜ୍‌ କରିବାକୁ ଚାହୁଁଛନ୍ତି। ଏ ନେଇ ସେ ଫିଲ୍ମର ନିର୍ଦ୍ଦେଶକ ପ୍ରଭୁଦେବାଙ୍କ ସହ ଆଲୋଚନା କରିଛନ୍ତି। ତାଙ୍କ ଯୁକ୍ତି ଅନୁଯାୟୀ, ହୋଲି ଦିନ ‘ରାଧେ’ର ଟିଜର୍ ରିଲିଜ୍‌ ହେଲେ ଫିଲ୍ମକୁ ନେଇ ଫ୍ୟାନ୍‌ଙ୍କ ଭିତରେ ଜବରଦସ୍ତ ଉତ୍ସାହ ରହିବ। ‘ୱାଣ୍ଟେଡ୍’ ଓ ‘ଦବଙ୍ଗ-୩’ ପରେ ପ୍ରଭୁଦେବାଙ୍କର ସଲମାନଙ୍କ ସହ ଏହା ହେଉଛି ତୃତୀୟ ଫିଲ୍ମ।

Comments are closed.