ହୋମମେଡ୍‌ ରୋବୋ ‘ଡେଲଫା ରୋବଟ୍‌’

ଦିଲ୍ଲୀ:ଅଗଷ୍ଟ ୨୪: ଆଜିକାଲି ସବୁ କ୍ଷେତ୍ରରେ ରୋବଟ୍‌ କାମ କରୁଛି । ରେସ୍ତୋରାଁରେ ଖାଇବା ପରଷିବା ହେଉ କିମ୍ବା ପିଲାଙ୍କୁ ପାଠ ପଢାଇବା ସବୁ କ୍ଷେତ୍ରରେ ରୋବୋ କାମ କରୁଛି । ମଣିଷଙ୍କ କାମକୁ ଆହୁରି ସରଳ କରିବାରେ ଏହାର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଇଣ୍ଡୋନେସିଆର ଜଣେ ବ୍ୟକ୍ତି ଡିଜାଇନ କରିଛନ୍ତି ଏକ ରୋବୋ ଯାହା ଏହି କରୋନା ପରିସ୍ଥିତିରେ ଲୋକଙ୍କର ସାହାଯ୍ୟ କରିବ । ଏହି ରୋବୋର ସ୍ୱତନ୍ତ୍ରତା ହେଲା ଏହା ଘରୋଇ ସାମଗ୍ରୀରୁ ପ୍ରସ୍ତୁତ କରାଯାଇଛି । ରୋବଟ୍‌ଟି କରୋନା ସଂକ୍ରମିତ ହୋଇ ସଙ୍ଗରୋଧ ହୋଇଥିବା ବ୍ୟକ୍ତିଙ୍କୁ ଖାଦ୍ୟ ପହଞ୍ଚାଇବ । ରୋବଟ୍‌ଟିର ନାମ ରଖାଯାଇଛି ‘ଡେଲଫା ରୋବଟ୍‌’ । ରୋବଟ୍‌ଟି ସମ୍ପୂର୍ଣ୍ଣ ଭାବେ ଘରୋଇ ସାମଗ୍ରୀରୁ ନିର୍ମାଣ ହୋଇଛି । ଏହା ଘରୋଇ ସାମଗ୍ରୀ ଯେପରିକି ବିଭିନ୍ନ ପାତ୍ର, ଟିଭି ମନିଟର, ପ୍ୟାନ୍‌ ଆଦିକୁ ନେଇ ତିଆରି କରାଯାଇଛି । ଏହି ରୋବୋଟି ସଙ୍ଗରୋଧରେ ଥିବା ଲୋକଙ୍କୁ ଖାଦ୍ୟ ଦେବା ସହିତ ସାନିଟାଇଜ୍‌ ମଧ୍ୟ କରିବ । ଏହାସହିତ ସେମାନଙ୍କର ଅତି ଦରାକାରୀ ଜିନିଷ ତାଙ୍କୁ ଯୋଗାଇବ । ରୋବଟ୍‌ଟିର ମୁଣ୍ଡ ରାଇସ୍‌ କୁକରରୁ ପ୍ରସ୍ତୁତ ହୋଇଥିବା ବେଳେ ଏହା ଥରେ ଚାର୍ଜ ହେଲେ ୧୨ ଘଣ୍ଟା କାମ କରିବ । ରୋବଟ୍‌ଟି ରାସ୍ତା ଉପରକୁ ଆସିବା ପରେ ଏଥିରେ ଲାଗିଥିବା ସ୍ପିକରରୁ ରୋବଟ୍‌ ଖାଇବା ସାମଗ୍ରୀ ଆଣିଥିବା ନେଇ ସୂଚନା ମଧ୍ୟ ମିଳୁଛି । ଏହା ସେଠାକାର କରୋନା ରୋଗୀଙ୍କ ପାଇଁ ବେଶ୍‌ ସହାୟକ ସାବସ୍ତ୍ୟ ହୋଇଛି । ଏହାସହିତ ରୋବଟ୍‌ଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏଭଳି ଉପାୟରେ କରୋନା ରୋଗୀଙ୍କୁ ମିଳୁଥିବା ସହାୟତାକୁ ବେଶ୍‌ ପସନ୍ଦ କରିଛନ୍ତି ।

Comments are closed.