ହୃଦୟ ସୁସ୍ଥ ରଖେ,ସୀମିତ ପରିମାଣର ଚକୋଲେଟ୍‌ ଓ ଚିଜ୍‌

ଭୁବନେଶ୍ୱର: ଅଗଷ୍ଟ ୧୯: ସୀମିତ ପରିମାଣର ଚକୋଲେଟ୍‌ ଓ ଚିଜ୍‌ ଖାଇଲେ ହୃଦୟ ସୁସ୍ଥ ରହିବା ସହିତ ହୃଦ୍‌ଘାତ ଆଶଙ୍କା କମିଥାଏ ବୋଲି ନିକଟରେ ଇଟାଲୀର ନେପଲ୍ସ ବିଶ୍ୱବିଦ୍ୟାଳୟର କିଛି ଗବେଷକ ପ୍ରକାଶ କରିଛନ୍ତି । ସେମାନଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା ଅନୁସାରେ, ପ୍ରତ୍ୟେକ ଦିନ ୨୦୦ ଗ୍ରାମ କ୍ଷୀର ଜାତୀୟ ପଦାର୍ଥ ଖାଇବା ନିହାତି ଜରୁରୀ । ଏହା ହୃଦୟ ପାଇଁ ଭଲ । ଯଦି ଆପ ଚିଜ୍‌ ଖାଇବାକୁ ପସନ୍ଦ କରନ୍ତି, ତେବେ ଦିନକୁ ୫୦ ଗ୍ରାମ ଚିଜ୍‌ ଖାଇଲେ ହୃଦୟ ସୁସ୍ଥ ରହିଥାଏ । ଯଦି ପ୍ରତ୍ୟେକ ଦିନ ଆପଣ ୨୦ରୁ ୪୫ ଗ୍ରାମ ମଧ୍ୟରେ ଚକୋଲେଟ୍‌ ସେବନ କରୁଛନ୍ତି, ତେବେ ହୃଦୟ ଜନିତ ସମସ୍ୟା ଦେଖାଯିବ ନାହିଁ । ଚକୋଲେଟ୍‌ରେ ଥିବା ଫ୍ଲାବୋନେଇଡ୍‌ ଓ ଆଣ୍ଟିଅକ୍ସିଡାଣ୍ଟ ହୃଦୟକୁ ସୁସ୍ଥ ରଖେ ।
ତେବେ ହୃଦୟକୁ ସୁସ୍ଥ ରଖିବା ପାଇଁ ବିଶେଷଜ୍ଞମାନେ କ୍ଷୀର ଜାତୀୟ ଖାଦ୍ୟ ସହିତ ସବୁଜ ପନିପରିବା ଓ ବିଶେଷକରି ପତ୍ର ଜାତୀୟ ପରିବା ଯେପରି ଶାଗ, କୋବି ଓ ବ୍ରୋକୋଲି ଆଦି ଖାଦ୍ୟ ଖାଇବାକୁ ପରାମର୍ଶ କରିଛନ୍ତି । ପତ୍ର ଜାତୀୟ ଖାଦ୍ୟରେ ଭିଟାମିନ-କେ ଓ ନାଇଟ୍ରେଟସ୍‌ ରହିଛି । ଯାହା ରକ୍ତ ଚାପକୁ ସନ୍ତୁଳିତ ରଖିଥାଏ । ଏହା ଶରୀରର ୧୬ ପ୍ରତିଶତ ରୋଗର ଆଶଙ୍କାକୁ କମାଇ ଦେଇଥାଏ ।

Comments are closed.