ହାତରେ ଖାଦ୍ୟ ଖାଇବାର ଉପକାରିତା

0

ଭୁବନେଶ୍ୱର: ସେପ୍‌ଟେମ୍ବର ୨: ଆଜିକାଲି ଅଧିକାଂଶ ଲୋକ ଚାମଚରେ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି ହାତରେ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରରେ ଥିବା ପଞ୍ଚତତ୍ତ୍ୱର ସନ୍ତୁଳନ ହୋଇଥାଏ । ଭାରତୀୟ ବେଦ ଅନୁସାରେ, ପାଞ୍ଚଟି ଆଙ୍ଗୁଠି ହେଉଛି, ପଞ୍ଚ ଉପାଦନର ତତ୍ତ୍ୱ । ବୁଢ଼ା ଆଙ୍ଗୁଠି ଶୂନ୍ୟ, ତର୍ଜନୀ ଆଙ୍ଗୁଠି ବାୟୁ, ମଧ୍ୟମା ଆଙ୍ଗୁଠି ଅଗ୍ନି, ଅନାମିକା ଆଙ୍ଗୁଠି ପୃଥିବୀ ଏବଂ ସର୍ବ କନିଷ୍ଠ ଆଙ୍ଗୁଠି ଜଳର ତତ୍ତ୍ୱକୁ ଦର୍ଶାଏ । ବିଶେଷଜ୍ଞଙ୍କ ଅନୁସାରେ, ହାତରେ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଥିବା ପଞ୍ଚ ତତ୍ତ୍ୱ କାର୍ଯ୍ୟକ୍ଷମ ହୋଇଥାଏ ଏବଂ ଖାଦ୍ୟ ଶିଘ୍ର ହଜମ ହୋଇଥାଏ ।
ବ୍ୟାୟାମ ହୁଏ:
ଏହାଛଡ଼ା ହାତରେ ଖାଇବା ଦ୍ୱାରା ହାତ ଓ ଆଙ୍ଗୁଠିର ବ୍ୟାୟାମ ହୁଏ । ଆଙ୍ଗୁଠିରରେ କେତେକ ବିଶେଷ ସ୍ନାୟୁ ରହିଥାଏ । ବ୍ୟାୟାମ ଫଳରେ ତାହା ସକ୍ରିୟ ହୋଇଉଠେ ଓ ରୋଗମୁକ୍ତ କରାଏ । ଫଳରେ ଟାଇପ୍‌-୨ ମଧୁମେହ ହେବାର ଆଶଙ୍କା ଦୂର ହୋଇଥାଏ ।
ଚର୍ବି ହ୍ରାସ ହୁଏ:
ହାତରେ ଖାଦ୍ୟ ଖାଇବା ଦ୍ୱାରା ହାତ, ପାଟି, ପେଟ, ଅନ୍ତନଳୀ ଏବଂ ସସ୍ତିଷ୍କ ମଧ୍ୟରେ ଏକ ସଂଯୋଜ ସୃଷ୍ଟି ହୁଏ । ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଏହାଛଡ଼ା ପରିଷ୍କାର ହାତରେ ଖାଇବା ଫଳରେ ପେଟର ସମସ୍ୟା ଦୂର ହୁଏ । ଚର୍ବି ହ୍ରାସ ହୋଇଥାଏ ।
ଭାରତୀୟ ଯୋଗ ଅନୁସାରେ, ହାତରେ ଆମେ ପ୍ରତ୍ୟେକ ଦିନ ଖାଦ୍ୟ ଖାଇଲେ ଏକ ବିଶେଷ ମୁଦ୍ରା ଦୈନିକ ଅଭ୍ୟାସ ହୋଇଥାଏ । ଯାହା ଶରୀରକୁ ସୁସ୍ଥ ରଖେ ।

Leave A Reply

Your email address will not be published.