ହଲିଉଡ୍‌ରେ ହ୍ରିତିକ୍

ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ୍ ରୋଶନଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର୍‌। ଖୁବ୍‌ଶୀଘ୍ର ସେ ହଲିଉଡ୍‌ ଫିଲ୍ମରେ ନଜର ଆସିବେ। ତାଙ୍କ ପୂର୍ବରୁ ବଲିଉଡର ଅନେକ ଅଭିନେତା ଓ ଅଭିନେତ୍ରୀ ହଲିଉଡ୍‌ରେ ଏଣ୍ଟ୍ରି କରିସାରିଛନ୍ତି। ହେଲେ ଆକ୍ସନ୍‌ ଓ ଡ୍ୟାନ୍ସ ମାଷ୍ଟର ହ୍ରିତିକ୍‌ଙ୍କ ହଲିଉଡ୍‌ରେ ଡେବ୍ୟୁ କରିବା ଟିକେ ଅଲଗା। କାରଣ ତାଙ୍କୁ ସବୁବେଳେ ହଲିଉଡ୍‌ର ଟମ୍‌ କ୍ରୁସ୍‌ଙ୍କ ସହ ତୁଳନା କରାଯାଏ। ହ୍ରିତିକ୍‌ ରୋଶନ୍‌ କ୍ୟାଲିଫର୍ଣ୍ଣିୟାର ଏକ ଫିଲ୍ମ ଏଜେନ୍ସି ସହ ଏକ ବଡ଼ ପ୍ରୋଜେକ୍ଟ ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଯଦି ଏ କଥା ସତ ହୁଏ ତେବେ ସେ ଖୁବ୍‌ଶୀଘ୍ର ଏକ ହଲିଉଡ୍‌ ପ୍ରୋଜେକ୍ଟରେ ନଜର ଆସିପାରନ୍ତି। ହ୍ରିତିକ୍‌ଙ୍କ ଅଭିନୟ, ଡ୍ୟାନ୍ସିଂ ଷ୍ଟାଇଲ୍‌ ଓ ତାଙ୍କ ଡ୍ରେସିଂ ସେନ୍ସ ସବୁ କିଛି ଜଣେ ହଲିଉଡ୍‌ ଷ୍ଟାର୍‌ ପରି ଲାଗେ ଓ ଏଥିପାଇଁ ସେ ବେଶ୍ ଲୋକପ୍ରିୟ ମଧ୍ୟ।ହ୍ରିତିକ୍‌ ରୋଶନଙ୍କ ପାଇଁ ଗତ ବର୍ଷଟି ବେଶ୍‌ ଲକି ସାବ୍ୟସ୍ତ ହୋଇଛି । ସେ ବ୍ୟାକ୍‌ ଟୁ ବ୍ୟାକ୍ ସୁପର୍‌ହିଟ୍‌ ଫିଲ୍ମ ଦେଇଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ସୁପର୍‌ ୩୦’ ଓ ‘ୱାର୍’ ବକ୍ସ ଅଫିସ୍‌ରେ ଧୂଆଁଦାର୍‌ ପ୍ରଦର୍ଶନ କରିଛି। ଏହାପରଠୁ ହ୍ରିତିକ୍‌ଙ୍କ ଡିମାଣ୍ଡ ବେଶ୍ ଅଧିକ ବଢ଼ିଯାଇଛି। ଆଗକୁ ସେ ନିଜ ହୋମ୍‌ ପ୍ରଡକ୍ସନ ଫିଲ୍ମ ‘କ୍ରିସ୍‌ ୪’ରେ ନଜର ଆସିବେ।

Comments are closed.