ହଲିଉଡ୍‌ରେ ପାଦ ଥାପିଛନ୍ତି ରଣଦୀପ

ଅଭିନେତା ରଣଦୀପ ହୁଡ଼ା ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି। ସବୁ ଫିଲ୍ମରେ ତାଙ୍କୁ ଭିନ୍ନ ଭିନ୍ନ ପ୍ରକାରର ଚରିତ୍ରରେ ଦେଖିବାକୁ ମିଳେ। ବଲିଉଡ୍‌ରେ ପ୍ରାୟ ଦୁଇ ଦଶନ୍ଧି ବିତାଇବା ପରେ ସେ ଏବେ ହଲିଉଡ୍‌ରେ ପାଦ ଥାପିଛନ୍ତି।ରଣଦୀପ ହଲିଉଡ୍‌ର ଲୋକପ୍ରିୟ ଅଭିନେତା କ୍ରିସ୍‌ ହେମ୍ସୱର୍ଥଙ୍କ ଫିଲ୍ମ ‘ଏକ୍ସଷ୍ଟ୍ରାକ୍ସନ’ରେ ନଜର ଆସିବେ। ଏହି ଫିଲ୍ମଟିକୁ ନେଟ୍‌ଫ୍ଲିକ୍ସରେ ରିଲିଜ୍‌ କରାଯିବ। ଏହା ଭିତରେ ଫିଲ୍ମରୁ ରଣଦୀପଙ୍କ ଲୁକ୍‌ ବି ସାମ୍ନାକୁ ଆସିଯାଇଛି। ତାଙ୍କର ଏହି ଫାଷ୍ଟଲୁକ୍‌ର ଫଟୋ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍‌ ହେଉଛି। ରଣଦୀପ ଏହି ଫଟୋରେ ଲମ୍ବା କେଶ ରଖିଛନ୍ତି ଓ ହାତରେ ବନ୍ଧୁକ ଧରିଛନ୍ତି।ନିଜ ରୋଲ୍‌କୁ ନେଇ ରଣଦୀପ ବେଶ୍ ଖୁସି ଅଛନ୍ତି। ସେ କହିଛନ୍ତି ଯେ ଏହି ଫିଲ୍ମରେ ତାଙ୍କର ବହୁତ ଗୁଡ଼ାଏ ଆକ୍ସନ ସିନ୍‌ ରହିଛି। ସେ ପ୍ରଥମ ବଲିଉଡ୍‌ ଅଭିନେତା ଯାହାଙ୍କୁ ହଲିଉଡ ଫିଲ୍ମରେ ଏତେ ଆକ୍ସନ୍‌ ସିନ୍‌ କରିବାର ସୁଯୋଗ ମିଳିଛି। ଏହି ରୋଲ୍‌ ପାଇଁ ସେ ବହୁତ ପରିଶ୍ରମ କରିଛନ୍ତି। ପ୍ରାୟ ୧୦ ଦିନ ଧରି ଦିନକୁ ୨ ଥର ଲେଖାଏ ସେ ଷ୍ଟଣ୍ଟ ଗୁଡ଼ିକର ଅଭ୍ୟାସ କରିଥିଲେ।ଫିଲ୍ମଟି ଚଳିତ ବର୍ଷ ଏପ୍ରିଲ୍‌ ୨୪ରେ ନେଟଫ୍ଲିକ୍ସରେ ରିଲିଜ୍ ହେବ।

Comments are closed.