ହତାଶ ବିଜେପି କର୍ମୀଙ୍କ ମନୋବଳ ବଢାଇବାକୁ ମାମୁଲି ପ୍ରସଙ୍ଗ: ବିଜେଡ଼ି ମୁଖପାତ୍ର

ଭୁବନେଶ୍ୱର: ଅଗଷ୍ଟ ୩୦: ସାଧାରଣ ନିର୍ବାଚନ ଓ ପରବର୍ତ୍ତୀ ଉପନିର୍ବାଚନଗୁଡିକରେ ଲଗାତାର ପରାଜୟ ଯୋଗୁଁ ଓଡିଶା ବିଜେପି
ନେତା ଓ କର୍ମୀମାନଙ୍କ ମନୋବଳ ଭାଙ୍ଗିବା ସହିତ ସେମାନେ ହତୋସିାହିତ ହୋଇପଡିଛନ୍ତି । ସେମାନଙ୍କୁ ଉସିାହିତ କରିବା ପାଇଁ ଓଡିଶା ବିଜେପି ପ୍ରତିଦିନ ଗଣମାଧ୍ୟମରେ ତିଷ୍ଠି ରହିବା ସକାଶେ ଅତି ମାମୁଲି ପ୍ରସଙ୍ଗ ଉଠାଉଛି । ଯାହା ରାଜନୈତିକ ଦୃଷ୍ଟି କୋଣରୁ ଆଦୌ ପ୍ରାସଙ୍ଗିକ ନୁହେଁ ବୋଲି ଆଜି ଏକ ଗଣମାଧ୍ୟମ ସାକ୍ଷାତକାରରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି । ରାଜନ୍ଥ ବିଜେପି ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି
ମୁଖପାତ୍ର ମହାନ୍ତି କହିଛନ୍ତି, ଯେ ଭୁବନେଶ୍ୱର ସ୍ମାର୍ଟ ସିଟି ଭାରତର ବିଜେପି ଶାସିତ ସହର ତୁଳନାରେ ବିକଶିତ ଓ ବହୁ ଭଲ ପରିଚାଳିତ । ତେଣୁ ଓଡିଶା ବିଜେପି ଏ କ୍ଷେତ୍ରରେ ଆତ୍ମ ନିରୀକ୍ଷଣ କରିବା ଉଚିତ ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।

Comments are closed.