ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତୀ ଙ୍କ ଟ୍ୱଇଟ

ମୁମ୍ବାଇ: ଅଗଷ୍ଟ ୨୮: ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତୀ ଶୁକ୍ରବାର ଦିନ ସକାଳେ ଏକ ଟ୍ୱିଟ୍ କରି ରିୟା ଚକ୍ରବର୍ତ୍ତୀଙ୍କୁ କଡ଼ା ସମାଲୋଚନା କରିଥିଲେ।

ଶ୍ୱେତା ଙ୍କ କହିବା କଥା ଯେ, ତାଙ୍କ ସ୍ୱର୍ଗତ ଭାଇଙ୍କ ଗର୍ଲଫ୍ରେଣ୍ଡ ରିୟା ଜାତୀୟ ଗଣମାଧ୍ୟମରେ ଯାହା କହିଛନ୍ତି ତାହା ତାଙ୍କର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛି I

” ତୁମର ଏତେ ସାହସ…ତୁମେ ନାସନାଲ ମିଡିଆକୁ ଆସି ମୋ ପବିତ୍ର ଭାଇ ର ମୃତ୍ୟୁ ପରେ ତାର ଭାବମୂର୍ତ୍ତି କୁ ନଷ୍ଟ କରିବାକୁ ଚାହୁଁଛ …! ତମେ ଭାବୁଛ, ତମେ ଯାହା କରୁଛ…ଭଗବାନ ତାହା ଦେଖୁ ନାହାନ୍ତି ! ମୁଁ ଭଗବାନ ଙ୍କୁ ବିଶ୍ୱାସ କରେ ଏବଂ ତାଙ୍କ ଉପରେ ବିଶ୍ୱାସ ଅଛି….ମୁଁ ଦେଖୁବାକୁ ଚାହୁଁଚି ….ସେ ତମ କୁ କି ଦଣ୍ଡ ଦେବେ…’ଶ୍ୱେତା ସିଂ କିର୍ତ୍ତୀ ତାଙ୍କ ଟ୍ୱିଟର ଆକାଉଣ୍ଟରୁ ପୋଷ୍ଟ କରିଛନ୍ତି।

ଏକ ପୃଥକ ଟ୍ୱିଟ୍‌ରେ ଶ୍ୱେତା କହିଛନ୍ତି, ସୁଶାନ୍ତଙ୍କ ବିନା ସମ୍ମତି ରେ ତାଙ୍କୁ ଡ୍ରଗ୍ସ ଦେବା ଏବଂ ତାଙ୍କ ମୁଣ୍ଡ କୁ ନଷ୍ଟ କରି ବ୍ୟବହାର କରୁଥିବା ଅଭିଯୋଗରେ  ରିୟା କୁ ଗିରଫ କରାଯାଉ I ‘
ଶ୍ୱେତ ପୁଣି ଟ୍ୱଇଟ କରି କହିଛନ୍ତି “ମୁଁ ଭାବୁଛି ଭାଇ ଏଭଳି ଝିଅ କୁ କେବେବି ଦେଖା କରି ନ ଥାନ୍ତା …..!! ତାଙ୍କ ର ସମ୍ମତି ବିନା ତାଙ୍କୁ ଡ୍ରଗ୍ସ ଦେଇ, ତାଙ୍କୁ ବୁଝେଇଦେବା ଯେ ତମ ଦେହ ଭଲ ନାହିଁ….ପରେ ତାଙ୍କୁ psychiatrists ପାଖକୁ ନେବା ….ଏ ସବୁ କେଉଁ ସ୍ତର ର manipulation ….! ତୁମେ ଏ କାମ କେମିତି କରିପାରିଛ ….! ‘

ଅନ୍ୟ ଏକ ଟୁଇଟ୍‌ରେ ଶ୍ୱେତା ଆଶ୍ଚର୍ଯ୍ୟ ପ୍ରକାଶ କରି କହିଛନ୍ତି, ଟେଲିଭିଜନ ସାକ୍ଷାତକାରରେ ରିଆ କହିଛନ୍ତି ଯେ ସୁଶାନ୍ତଙ୍କ ଭଉଣୀମାନେ ସେମାନଙ୍କ ଭାଇଙ୍କ ଯତ୍ନ ନେଉ ନ ଥିଲେ I
ରିୟା ର ଏ ପ୍ରକାର ଯୁକ୍ତି ର ଉତ୍ତର ଦେଇ ଶ୍ୱେତ ଟ୍ୱଇଟ କରିଛନ୍ତି, ‘ ଆମେ ଆମର ଭାଇଙ୍କୁ ଭଲପାଉ ନାହୁଁ !! ହଁ ଠିକ୍, ହେଲେ ଭାଇ ର ଦେହ ଭଲ ନାହିଁ ଏବଂ ସେ ଚଣ୍ଡିଗଡ ଆସୁଛି ଜାଣି ମୁଁ ମୋ ବ୍ୟବସାୟ ଓ ପିଲାମାନଙ୍କୁ ଛାଡି ସୁଦୂର ଆମେରିକା ରୁ ଭାରତ ଆସିଥିଲି ଭାଇ କୁ ଟିକେ ଦେଖା କରିବା ପାଇଁ I ‘
ଶ୍ୱେତା ଅନ୍ୟ ଏକ ଟୁଇଟ୍‌ରେ ଅଭିଯୋଗ କରିଛନ୍ତି ଯେ ଭାରତକୁ ଆସିବା ପରେ ମଧ୍ୟ’ ସେ ତାଙ୍କ ଭାଇ ସୁଶାନ୍ତଙ୍କୁ ଭେଟିବାକୁ ପାଇନାହାଁନ୍ତି କାରଣ ସେତେବେଳକୁ ରିୟାଙ୍କ କ୍ରମାଗତ କଲ୍ ଯୋଗୁଁ ସେ ଚଣ୍ଡିଗଡ଼ ଛାଡି ଚାଲିଗଲେ ।

ଗୁରୁବାର ଦିନ ଭାଇରାଲ ହୋଇଥିବା ଏକ ଭିଡିଓରେ ସୁଶାନ୍ତଙ୍କ ପିତା କେ.କେ ସିଂ ଖୋଲାଖୋଲି ଭାବେ ଘୋଷଣା କରିଛନ୍ତି ଯେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ତାଙ୍କ ପୁଅକୁ ଦୀର୍ଘ ଦିନ ଧରି ବିଷ ଦେଉଥିଲେ ଏବଂ ସେ ତାଙ୍କ ହତ୍ୟାକାରୀ।
ବର୍ତ୍ତମାନ ସିବିଆଇ ଦ୍ୱାରା ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତ କରାଯାଉଛି।

Source: IANS

Comments are closed.