ସ୍ୟାଣ୍ଡ ଆନିମେସନ୍‌ରେ ମୀରାବାଈ ଚାନୁଙ୍କୁ ଅଭିନନ୍ଦନ

ପୁରୀ: (ସବ୍ୟୁ): ଜୁଲାଇ ୨୫: ଟୋକିଓ ଅଲମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିବା ମହିଳା ଭାରଉତ୍ତଳୋନକାରୀ ମୀରାବାଇ ଚାନୁଙ୍କୁ ସ୍ୟାଣ୍ଡ ଆନିମେସନ୍ ଜରିଆରେ ଅଭିନନ୍ଦନ ଜଣାଇଛନ୍ତି ଆର୍ନ୍ତଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ।

ଶିଳ୍ପୀ ମାନସ ସ୍ୟାଣ୍ଡ ଆନିମେସନ୍‌ରେ ଚାନୁଙ୍କ ପ୍ରତିକୃତି ନିର୍ମାଣ କରି ‘Congratulation Mirabai Chanu ବୋଲି ଉଲ୍ଲେଖ କରିଛନ୍ତି ।
ଏହି ଆନିମେସନ୍ ନିର୍ମାଣ କରିବାକୁ ତାଙ୍କୁ ଦୁଇ ଘଣ୍ଟା ସମୟ ଲାଗିଥିବା ମାନସ କହିଛନ୍ତି ।

ସୂଚନାଯୋଗ୍ୟଯେ, ଦୀର୍ଘ ୨୧ବର୍ଷ ପରେ ଟୋକିଓ ଅଲମ୍ପିକ୍ସରେ ମହିଳା ଭାରଉତ୍ତଳୋନବର୍ଗରେ ମୀରାବାଇ ଚାନୁ ପ୍ରଥମ ରୌପ୍ୟ ପଦକ ହାସଲ କରି ବିଶ୍ୱ ଦରବାରରେ ଭାରତକୁ ଗୌରବାନ୍ନିତ କରିଛନ୍ତି ।

Comments are closed.