ସ୍ନାନ ଯାତ୍ରାର ସିଧା ପ୍ରସାରଣ କରିବ ଦୁରଦର୍ଶନ

ଭୁବନେଶ୍ୱର : ଜୁନ ୦୩: ୫ତାରିଖ ଦିନ ସ୍ନାନ ଯାତ୍ରା । ତେବେ ଭକ୍ତମାନେ ଶ୍ରୀମନ୍ଦିର ସମ୍ମୁଖରେ ପ୍ରଭୂଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ ନାହିଁ । ଟିଭି ଦ୍ୱାରା ଯାତ୍ରାର ସିଧା ବିବରଣୀ ଦେଖିବେ । ଦୁରଦର୍ଶନ ଏହି ପବିତ୍ର କାର୍ଯ୍ୟକ୍ରମର ସିଧାପ୍ରସାରଣ କରିବେ । ଅନ୍ୟ ଗଣମାଧ୍ୟମ ସଂସ୍ଥାକୁ ମଧ୍ୟ ଦୁରଦର୍ଶନ ସିଗ୍‌ନାଲ୍‌ ପ୍ରଦାନ କରିବ । ଚଳିତ ଥର ସ୍ନାନଯାତ୍ରାର ସିଧାପ୍ରସାରଣ ପାଇଁ ଘରୋଇ ଟିଭି ଚ୍ୟାନେଲର ଓବି ଭ୍ୟାନ ଶ୍ରୀମନ୍ଦିର ପରିସର ଭିତରକୁ ପ୍ରବେଶ କରିପାରିବେ ନାହିଁ । ଏଥିପାଇଁ ୪ତାରିଖରୁ ପୁରୀରେ ୩ଦିନ ଧରି ୧୪୪ ଧାରା ଜାରି କରାଯିବ । ତେବେ ଏହି ଧାରା ଲୋକଙ୍କ ଆତଯାତ ରୋକିବା ପାଇଁ ଜାରି କରାଯିବ । ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯାଇଛି । ଆସନ୍ତା ୪ ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ଯାଏଁ ୧୪୪ ଧାରା ପୁରୀ ମାର୍କେଟ ଛକଠାରୁ କାକୁଡ଼ି ଖାଇ ଛକ ପର୍ଯ୍ୟନ୍ତ ବଳବତର ଲାଗୁ କରାଯିବ । ଏଥିସହିତ ୧୪୪ ଧାରା ଶ୍ରୀମନ୍ଦିର ଚାରିପାଖରେ ବି ୧୪୪ ଧାରା ଲାଗୁ ହେବ । ବଡ଼ଦାଣ୍ଡରେ ମଧ୍ୟ କଟକଣା ରହିବ ବୋଲି ଜଣାଯାଇଛି ।

Comments are closed.