ସ୍ନାନଯାତ୍ରାରେ ମାସ୍କ ପିନ୍ଧିଲେନି ସେବାୟତ: ହାଇକୋର୍ଟରେ ମାମଲା : ମୁଖ୍ୟସଚିବଙ୍କ ସମେତ ୪ ପକ୍ଷଭୁକ୍ତ

ଭୁବନେଶ୍ୱର : ଜୁନ ୮:ସ୍ନାନଯାତ୍ରାରେ ସେବାୟତ ମାସ୍କ ପିନ୍ଧିନଥିଲେ । ଏମାନେ ସଂପୂର୍ଣ୍ଣ ନୀତିପ୍ରକ୍ରିୟା ବିନା ମାସ୍କରେ ସଂପନ୍ନ କରିଥିଲେ । ଯାହା କୋଭିଡ ନିୟମର ସଂପୂର୍ଣ୍ଣ ଉଲ୍ଲଘଂନ ଦର୍ଶାଇ ହାଇକୋର୍ଟରେ ଏକ ମାମଲା ଦାୟର ହୋଇଛି । ଆଇନଜୀବୀ ଦିଲ୍ଲୀପ ରାୟ ଏନେଇ ଏକ ହାଇକୋର୍ଟରେ ଏହି ମାମଲା ରୁଜୁ କରିଛନ୍ତି । ମୁଖ୍ୟଶାସନ ସଚିବ, ମନ୍ଦିର ପ୍ରଶାସକଙ୍କ ସମେତ ୪ ଜଣଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି । ସରକାରଙ୍କ ସବୁ ଗାଇଡଲାଇନ ନମାନି, ସ୍ନାନଯାତ୍ରାରେ ସାମିଲ ହେବା କୋଭିଡ ନିୟମ ଉଂଲଘନ ସହ ସମାନ ବୋଲି କହିଛନ୍ତି ଆଇନଜୀବୀ ଦିଲ୍ଲୀପ ରାୟ ।

Comments are closed.