ସ୍ନାତକ ସେମିଷ୍ଟାର ମାର୍କସିଟ୍‌ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

0

ଭୁବନେଶ୍ୱର:ଅଗଷ୍ଟ ୩୦: ଓଡିଶାରେ ସ୍ନାତକ ବା ୟୁଜି ପରୀକ୍ଷା ଶେଷ ହୋଇଛି । ହେଲେ ଏପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଫାଇନାଲ ମାର୍କସିଟ୍‌ କିମ୍ବା ପ୍ରୋଭିଜିନାଲ୍‌ ସାର୍ଟିଫିକେଟ୍‌ ମିଳିନି । ଫଲରେ ସେମାନେ କେତେକ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବା ପାଇଁ ବଞ୍ଚିତ ହେଉଛନ୍ତି । ଛାତ୍ରଛାତ୍ରୀଙ୍କ କ୍ୟାରିଅର୍‌କୁ ନଜରରେ ରଖି ସେମାନଙ୍କୁ ଫାଇନାଲ୍‌ ମାର୍କ ସିଟ୍‌ କିମ୍ବା ପ୍ରୋଭିଜିନାଲ ସର୍ଟିଫିକେଟ୍‌ ଖୁବ୍‌ ଶିଘ୍ର ପ୍ରଦାନ କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ।
ଚିଠିରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି କହିଛନ୍ତି, ଅଗଷ୍ଟ ମାସର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଛାତ୍ରଛାତ୍ରୀମାନଙ୍କର ୟୁଜି ଷଷ୍ଠ ସେମିଷ୍ଟାର ପରୀକ୍ଷା ଅନ୍‌ଲାଇନ୍‌ ମାଧ୍ୟମରେ ଶେଷ ହୋଇଥିଲା । ଏହାର ଫଳ ଏପର୍ଯ୍ୟନ୍ତ ମିଳିନଥିବାରୁ ଛାତ୍ରଛାତ୍ରୀମାନେ କଲେଜ ଏବଂ ଓଡ଼ିଶା ଶିକ୍ଷା ବିଭାଗ ଅଧିକାରୀଙ୍କ ଦୃଷ୍ଟ ଆକର୍ଷଣ କରିଥିଲେ । ଅନ୍ୟପକ୍ଷେ, ଅନେକ ବିଶ୍ୱବିଦ୍ୟାଳୟରେ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହେଲାଣି । ପରୀକ୍ଷା ଫଳ ନବାହାରିଲେ କିମ୍ବା ପ୍ରୋଭିଜିନାଲ ସାର୍ଟିଫିକେଟ ନମିଳିଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟ ଉପରେ ବିଶେଷ ପ୍ରଭାବ ପଡ଼ିବ । କେତେକ ଛାତ୍ରଛାତ୍ରୀ ଓଡ଼ିଶା ବାହାରେ ଯେପରି ମିଜୋରାମ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଭାରଥିଆର ବିଶ୍ୱବିଦ୍ୟାଳୟ, ମୁମ୍ବାଇ ବିଶ୍ୱବିଦ୍ୟାଳୟ , କୁମାଉଁ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଆଶଙ୍କାରେ ରହୁଛନ୍ତି । ଏସବୁକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ହସ୍ତକ୍ଷେପ କରି ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପରୀକ୍ଷାଫଳର ଫାଇନାଲ ମାର୍କସିଟ୍‌ କିମ୍ବା ପ୍ରୋଭିଜିନାଲ ସର୍ଟିଫିକେଟ୍‌ ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.