ସ୍କୁଲର ଗଛକାଟି ବିବାଦ ଘେରାରେ ପ୍ରଧାନ ଶିକ୍ଷୟିତ୍ରୀ

ସମୟ ଲାଇଭ,26/2:ସ୍କୁଲ ପରିସରରେ ଥିବା ଗଛକୁ ବିନା ଅନୁମତିରେ କାଟି ଫସିଲେ ପ୍ରଧାନ ଶିକ୍ଷୟିତ୍ରୀ। ସ୍କୁଲ ପରିଚାଳନା କମିଟି, ବ୍ଲକ ଶିକ୍ଷା ଅଧିକାରୀ କିମ୍ବା ବନବିଭାଗର ଅନୁମତି ନ ନେଇ ପରିସରରେ ଗଛ କଟା ଯାଇଥିବା ଭଳି ଗୁରୁତ୍ତର ଅଭିଯୋଗ ହୋଇଛି। ମନମୁଖୀ ଭାବେ ଗଛକାଟି ଏବେ ବିବାଦୀୟ ହେବା ସହ ହଟହଟା ହେଲେ ଜୁଳୁକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରି।ଯାହାକୁ ନେଇ ପରିଚାଳନା କମିଟିର ସଂଖ୍ୟା ଗରିଷ୍ଠ ସଦସ୍ୟ, ଅଭିଭାବକ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଏଭଳି ଘଟଣା ଘଟିଛି ଶୁଳିଆପଦା ବ୍ଲକ ଅଧିନସ୍ଥ କାଣିମହୁଲି ସ୍ଥିତ ଜୁଳୁକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ସୂଚନା ଅନୁସାରେ ପ୍ରଧାନ ଶିକ୍ଷୟିତ୍ରୀ ସ୍କୁଲ ପରିଚାଳନା କମିଟିର ୧୬ଜଣ ସଦସ୍ୟଙ୍କ ମଧ୍ୟରୁ ୬ଜଣଙ୍କ ସ୍ୱାକ୍ଷର ନେଇ କିଭଳି ଏତେ ବଡ ପଦକ୍ଷେପ ନେଲେ ତାହା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଗଛକଟା ସତରେ ପିଲାଙ୍କ ସୁରକ୍ଷାକୁ ନେଇ ହୋଇଥିଲା ନା ନିଜର ସ୍ୱାର୍ଥକୁ ନେଇ କାଟିଥିଲେ ତାହା ପ୍ରଶ୍ନବାଚି ସୃଷ୍ଟି କରିଛି।ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରି ଗଛକାଟିବା ପାଇଁ ଗଛ କଟାଳିକୁ ଲଗାଇ ଥିବା ବେଳେ ଆଉଜଣେ ତାଙ୍କ ସ୍କୁଲ ଶିକ୍ଷୟିତ୍ରି ବିରୋଧ କରିଥିଲେ।ଯାହାକୁ ନେଇ ତାଙ୍କ ଭିତରେ ବାର୍ତାଳାପ ହୋଇଥିଲା ଏହି ଘଟଣାର ଖବରପାଇ ଗଣମାଧ୍ୟମ ପ୍ରତିନିଧି ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରି ଘଟଣାସମ୍ପର୍କରେ ପଚାରିବାରୁ ଶିକ୍ଷୟିତ୍ରି ଜଣକ ବିରୋଧ କରିବା କଥା କହିଥିଲେ ।

ବିଇଓ ଙ୍କ ବିନା ଅନୁମତି ଓ ବନବିଭାଗର କୋୖଣସି ମଞ୍ଜୁରୀ ନ ନେଇ ପ୍ରଧାନଶିକ୍ଷୟିତ୍ରି ଗଛକୁ କାଟିଥିଲେ। ପ୍ରଧାନଶିକ୍ଷୟିତ୍ରୀ ନେଇଥିବା ଏଭଳି ପଦକ୍ଷେପ ଆଇନର ବିରୁଦ୍ଧାଚରଣ କରୁଥିବା ଜାଣି ମଧ୍ୟ ଗଛକାଟି ଏବେ ଆଇନ ଜାଲରେ ଛନ୍ଦି ହୋଇପଡିଛନ୍ତି। ତେବେ ତାଙ୍କର ବିବାଦୀୟ ପଦକ୍ଷେପକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶପାଇ ଏବେ ପଦାରେ ପଡି ହାଟରେ ଗଡିଲା ଭଳି ପରିସ୍ଥିତି ସୃଷ୍ଟି କରିଛି। ତେବେ ଶିକ୍ଷୟିତ୍ରି ଜଣଙ୍କ ଏଭଳି ପଦକ୍ଷେପକୁ ସ୍ଥାନୀୟ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ସୃଷ୍ଟି କରିବା ସହିତ ବେଆଇନ ଗଛକଟାକୁ ନେଇ ଶିକ୍ଷାବିଭାଗ ଏବଂ ବନବିଭାଗ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।।

Comments are closed.