ସେପ୍‌ଟେମ୍ବର ମାସର ନୂଆ କୋଭିଡ ଗାଇଡଲାଇନ୍‌: ହଟିଲା ସାପ୍ତାହନ୍ତ ସଟ୍‌ଡାଉନ୍‌

0

ଭୁବନେଶ୍ୱର: ଅଗଷ୍ଟ ୩୧: ସେପ୍‌ଟେମ୍ବର ମାସର ନୂଆ କୋଭିଡ ଗାଇଡଲାଇନ୍‌ ଆସିଛି । ଏନେଇ ଆଜି ଏସ୍‌ଆର୍‌ସି ପ୍ରଦୀକ କୁମାର ଜେନା ଏକ ପ୍ରେସମିଟ୍‌ ଡ଼କାଇ ଏହାର ସୂଚନା ଦେଇଛନ୍ତି । ଏହି ନୂତନ ଗାଇଡଲାଇନ୍‌ ଅକେଫାବର ୧ ତାରିଖ ଯାଏଁ ବଳବତ୍ତର ରହିବ । ତେବେ ଗାଇଡଲାଇନ୍‌ ଅନୁସାରେ, ରାଜ୍ୟରେ ଆଉ ସାପ୍ତାହନ୍ତ ସଟ୍‌ଡାଉନ୍‌ ରହିବ ନାହିଁ ।
* ସମସ୍ତ ପୌରାଞ୍ଚଳରେ ରାତି୍ରକାଳୀନ କଫୁ୍ୟ ଜାରି ରହିବ । ରାତି ୧୦ଟାରୁ ଏହି କଫୁ୍ୟ ଆରମ୍ଭ ହୋଇ ସକାଳ ୫ଟା ଯାଏ ଚାଲିବ ।
* ଅନ୍ୟପକ୍ଷରେ ସାରା ରାଜ୍ୟରେ ରାତ୍ରି ୧୦ଟା ଯାଏ ଦୋକାନ ଓ ବଜାର ଖୋଲା ରହିପାରିବ ।
* ବାହାଘର, ଅନ୍ତ୍ୟେଷ୍ଟି ଆଦି କାର୍ଯ୍ୟକ୍ରମରେ ପରିବାର ଲୋକ, ପୁରୋହିତ, ବ୍ୟାଣ୍ଡ ପାର୍ଟି ଓ ଅନ୍ୟାନ୍ୟଙ୍କୁ ମିଶାଇ ମୋଟ୍‌ ୨୫୦ ଜଣ ଲୋକ ରହିପାରିବେ । ଏହାସହିତ ବିବାହ ଶୋଭାଯାତ୍ରାକୁ ଅନୁମତି ମିଳିଛି । ବିବାହ ଶୋଭାଯାତ୍ରାରେ ମୋଟ୍‌ ୫୦ ଜଶ ବ୍ୟକ୍ତି ରହିପାରିବାର ନିୟମ ରହିଛି ।
* ଧାର୍ମକ, ରାଜନୈତିକ, ସାମାଜିକ ସମାବେଶରେ କଟକଣା ରହିଛି ଓ ମହୋତ୍ସବ, ପ୍ରଦର୍ଶନୀ ଉପରେ ବାରଣ ରହିଛି ।
* ପ୍ରେକ୍ଷାଳୟ ଓ ଅଡିଟୋରିୟମ୍‌ ରୁମ୍‌ରେ ଗାଇଡଲାଇନ୍‌କୁ ମାନ୍ୟ କରି ସଭା ଓ ବୈଠକ ହୋଇପାରିବ ।
* ମୁ୍ୟଜିୟମ୍‌ ଓ ପାଠାଗାର କୋଭିଡ ନିୟମ ମାନି ଖୋଲା ରହିବ ।
* ସିନେମା ହଲ୍‌ଗୁଡ଼ିକ ଖୋଲା ରହିବ । ହଲ୍‌ରେ ଯେତିକି ସିଟ୍‌ ଥିବ ସେତିକି ଲୋକ ହଲ୍‌ରେ ବସିପାରିବେ । ସିନେମା ହଲ୍‌ରେ କୋଭିଡ ନିୟମ ଲୋକମାନେ ମାନୁଛନ୍ତି କି ନାହିଁ ତାହାର ଦାୟିତ୍ୱ ସିନେମା ମାଲିକ ବୁଝିବେ ।
* ଅଗଷ୍ଟ ୯ ଆଦେଶ ଅନୁସାରେ ସେପଟେମ୍ବର ମାସର ପାର୍ବଣମାନ ଚାଲିବ । ଆବଶ୍ୟକ ହେଲେ ଟୁଇନ୍‌ ସିଟିର କମିଶନର କୋଭିଡ କଟକଣା ବଢ଼ାଇପାରିବେ ।

Leave A Reply

Your email address will not be published.