ସେପେ୍‌ଟମ୍ବର ୬ରୁ ରାଜ୍ୟରେ ଜେଇଇ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର, ଅଗଷ୍ଟ ୧୪: ଆସନ୍ତା ମାସ ସେପେ୍‌ଟମ୍ବର ୬ ତାରିଖରୁ ରାଜ୍ୟର ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ପରୀକ୍ଷା ଆରମ୍ଭ ହେବାକୁଯାଉଛି । ଏହି ପରୀକ୍ଷା ସେପେ୍‌ଟମ୍ବର ୧୮ ତାରିଖ ଯାଏ ଚାଲିବ ।
ସମସ୍ତ ବିଷୟରେ ପରୀକ୍ଷା କମ୍ପୁ୍ୟଟର ବେସ୍‌ ଟେଷ୍ଟ ମାଧ୍ୟମରେ ହେବ । ପରୀକ୍ଷାର ପ୍ରତ୍ୟେକ ଦିନ ତିନିି ସିପଫରେ ପରୀକ୍ଷା କରାଯିବ । ଗଣେଶ ପୂଜା ଓ ନିଟ୍‌ ପାଇଁ ଓଜେଇଇ ପରୀକ୍ଷା ହେବ ନାହିଁ । କେଉଁ ଦିନ କେଉଁଁ ପରୀକ୍ଷା କରାଯିବ ଓଜେଇଇ େୱବସାଇଟ ojee.nic.in ରେ ବିସ୍ତୁତ ଭାବରେ ସୂଚନା ଦିଆଯାଇଛି ।
ସୂଚନା ଅନୁସାରେ, ଚଳିତ ବର୍ଷ ସବୁ ଜିଲ୍ଲାରେ ଓଜେଇଇ ପରୀକ୍ଷା କେନ୍ଦ୍ର କରାଯିବ । ଏହାଛଡ଼ା ରାଜ୍ୟ ବାହାରେ ଥିବା ତିନୋଟି ସ୍ଥାନ ପାଟଣା, ରାଞ୍ଚି ଓ କୋଲକାତାରେ ଓଜେଇଇ ପରୀକ୍ଷା କେନ୍ଦ୍ର କରାଯିବ ବୋଲି ସୂଚନା ରହିଛି ।

Comments are closed.