ସେପଟେମ୍ବରରୁ ଏମ୍‌ପିରେ ଶ୍ରେଣୀଗୃହରେ ପାଠ ପଢ଼ିପାରିବେ ପିଲା

0

ଦିଲ୍ଲୀ: ଅଗଷ୍ଟ ୨୫: ମଧ୍ୟପ୍ରଦେଶରରେ କରୋନା ସଂକ୍ରମଣ କମିବାରେ ଲାଗିଛି । କରୋନା ସ୍ଥିତିକୁ ନିୟନ୍ତ୍ରଣରେ ରହିଥିବା ଦେଖି ରାଜ୍ୟ ସରକାର ଆସନ୍ତା ମାସ ସେପଟେମ୍ବର ଦ୍ୱିତୀୟ ସପ୍ତାହରେ ପ୍ରାଥମିକ ବିଦ୍ୟାଳୟ(୧ମ ରୁ ୮ମ ଶ୍ରେଣୀ) ଖୋଲିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର କୋଭିଡ ପ୍ରୋଟୋକଲ୍‌କୁ ପାଳନ କରି ସମସ୍ତ ବିଦ୍ୟାଳୟ ଖୋଲିବାକୁ ଯାଉଛି ବୋଲି ରାଜ୍ୟ ଶିକ୍ଷା ମନ୍ତ୍ରୀ ଇନ୍ଦର ସିଂହ ପରମାର ପ୍ରକାଶ କରିଛନ୍ତି ।
୧ମ ଶ୍ରେଣୀରୁ ୫ମ ଶ୍ରେଣୀ ପିଲା ସପ୍ତାହରେ କେବଳ ଦୁଇ ଦିନ ବିଦ୍ୟାଳୟ ଆସିବେ । ଏହାସହିତ କେବଳ ୫୦ ପ୍ରତିଶତ ପିଲାମାନଙ୍କୁ ନେଇ ଶ୍ରେଣୀ ଶ୍ରେଣୀଗୃହ ଚାଲିବ । ବିଦ୍ୟାଳୟକୁ ଆସିବା ପାଇଁ ପିଲାମାନଙ୍କ ପାଖରେ ଅଭିଭାବକଙ୍କ ଆଜ୍ଞା ବା ଅନୁମତି ରହିବା ନିହାତି ଜରୁରୀ । ତେବେ ଏହାପୂର୍ବରୁ ୯ମରୁ ୧୨ ଶ୍ରେଣୀ ପିଲାମାନଙ୍କ ବିଦ୍ୟାଳୟ ଖୋଲିଯାଇଛି । ସୂଚନାଥାଉକି କରୋନା ସଂକ୍ରମଣ ଯୋଗୁଁ ୨୦୨୦ ମାର୍ଚ୍ଚ ମାସରୁ ମଧ୍ୟପ୍ରଦେଶର ସମସ୍ତ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ବନ୍ଦ ରହିଛି ।

Leave A Reply

Your email address will not be published.