ସୁହାଇଲା କରୋନା କଟକଣା; ପ୍ରଥମରୁ ଅଷ୍ଟମ ସବୁ ପିଲା ପାସ୍‌

By Papu Mohanty

ଭୁବନେଶ୍ୱର : May 15:  କରୋନା କଟକଣା ଯୋଗୁ ପ୍ରଥମ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଖୁସି ଖବର ଶୁଣାଇଛନ୍ତି ସରକାର । କରୋନା ପାଇଁ କେହି ହେବେନି ଫେଲ୍‌ । ରାଜ୍ୟରେ ପ୍ରଥମରୁ ଅଷ୍ଟମ ପଢୁଥିବା ସବୁ ପିଲା ପାସ୍‌ ହେବେ ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅପରପକ୍ଷରେ ନବମ ଶ୍ରେଣୀରୁ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବାକୁଥିବା ପିଲାମାନଙ୍କୁ ସର୍ତ୍ତମୂଳକ ଭାବେ ପାସ୍‌ କରିବାକୁ ମଧ୍ୟ ନିଷ୍ପତ୍ତି ନେଇ ଗଣଶିକ୍ଷା ବିଭାଗ । ଷାଣ୍ମାସିକ ପରୀକ୍ଷାରେ ଥିବା ନମ୍ବର ଅଧାରରେ ନବମରୁ ଦଶମକୁ ପାସ୍‌ ହୋଇପାରିବେ ଛାତ୍ରଛାତ୍ରୀ । ଯେଉଁ ପରୀକ୍ଷା ହୋଇପାରିନି ତାହାର ଷାଣ୍ମାଷିକ ନମ୍ବରକୁ ନେଇ ପିଲାମାନଙ୍କୁ ପାସ୍‌ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

Comments are closed.