ସୁସ୍ଥ ହେଲେ ୭୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ମେ ୨୮:ରାଜ୍ୟପାଇଁ ଆଶ୍ୱସ୍ତିର ଖବର । ରାଜ୍ୟରେ ଗୁରୁବାର ପୁନର୍ବାର ୭୫ କରୋନା ରୋଗୀ ସୁସ୍ଥ ହୋଇଥିବା ଖବର ମିଳିଛି । ଏମାନଙ୍କ ମଧ୍ୟରେ ଯାଜପୁର ଜିଲ୍ଲାର ସର୍ବାଧିକ ୨୫ ଜଣ ସୁସ୍ଥ ହୋଇଥିଲାବେଳେ ଗଞ୍ଜାମରୁ ୧୯, କଟକରୁ ୯, ନୟାଗଡ଼ ଓ କେନ୍ଦ୍ରାପଡ଼ାରୁ ୩ ଜଣ ଲେଖାଏଁ, କନ୍ଧମାଳ ଓ ବଲାଙ୍ଗୀର ୨, , ପୁରୀର ୮ ଏବଂ କେନ୍ଦୁଝର, ବୌଦ୍ଧ, ସମ୍ବଲପୁର ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଓଡ଼ିଶାରେ ୮୮୭ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ଜଣାଯାଇଛି ।

Comments are closed.