ସୁବ୍ରତଙ୍କ ସତର୍କ ବାଣୀ; ଆଗାମୀ ୧୪ ଗୁରୁତ୍ୱପୂର୍ଣ୍ଣ, କରୋନାକୁ କରନା କୁଣିଆ

0

ଭୁବନେଶ୍ୱର :ଜୁନ ୨୪:ବୁଧବାର ପୂନର୍ବାର ଲୋକଙ୍କୁ ସତର୍କ ବାଣୀ ଶୁଣାଇଛନ୍ତି ରାଜ୍ୟସରକାରଙ୍କ ମୁଖ୍ୟମୁଖପାତ୍ର ସୁବ୍ରତ ବାଗଚୀ । ଦୀର୍ଘଦିନ ପରେ ଦେଇଛନ୍ତି କରୋନା ଅପଡେଟ୍‌ । ବୟସ ଯେମିତି ବଢିବ, ଶରୀରର ରୋଗପ୍ରତିରୋଧକ ଶକ୍ତି ହ ୍ରାସ ପାଇବ । ତେଣୁ ବୟସ୍କଙ୍କ ଅଧିକ ଯନି ନିଆଯିବା ଉଚିତ । କାରଣ ରାଜ୍ୟରେ କରୋନା ସଂକ୍ରମଣରେ ୧୭ ଜଣଙ୍କ ମୃତ୍ୟୁ ଘଟିଲାଣି । ଏମାନଙ୍କ ମୃତ୍ୟୁ କୋଭିଡ଼୍‌ କାରଣରୁ ହୋଇଛି । ୧୭ ମୃତକଙ୍କ ମଧ୍ୟରୁ ୯ ଜଣ ୬୦ ବର୍ଷରୁ ଅଧିକ । କରୋନା ଭୁତାଣୁ ଶ୍ୱାସକ୍ରିୟାକୁ ପ୍ରଭାବିତ କରିଥାଏ । ବାହାରକୁ ନଯାଇ ବି ବୟସ୍କ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ପରିବାରର ଅନ୍ୟମାନଙ୍କ ଅବହେଳା ଯୋଗୁଁ ଏପରି ହୋଇଛି ତେଣୁ କରୋନାକୁ କୁଣିଆ କରିବା ନାହିଁ ବୋଲି କହିଛନ୍ତି ସୁବ୍ରତ । ସେ କହିଛନ୍ତି ଆଗାମୀ ୧୪ ଦିନ ଆମ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ : ଭାରତ ବିଶ୍ୱର ୩ ୟ କରୋନା ଆକ୍ରାନ୍ତ ଦେଶ ସମ୍ଭାବନା ରହିଛି ।
ଅନ୍ୟପଟେ ଗ୍ରାମାଞ୍ଚଳ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ନିୟମ ମାନିଛନ୍ତି । କି;ୁ ସହରାଞ୍ଚଳରେ ଗୃହ ସଙ୍ଗରୋଧ ସମସ୍ୟା ରହିଛି । ଗୃହ ସଙ୍ଗରୋଧରେ ରହିଲେ ଅଲଗା ଘରେ ନିଜ କୋଠରୀରେ ରହିବେ । ପରିବାର ମାତ୍ର ଜଣେ ସଦସ୍ୟ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ କଥା ବୁଝିବେ । ଗୃହ ସଙ୍ଗରୋଧକୁ ପାରିବାରିକ ପୁନର୍ମିଳନ କଲେ ଭୟଙ୍କର ସ୍ଥିତି ଉପୁଜିବ ବୋଲି ସେ ସତର୍କ କରାଇଦେଇଛନ୍ତି ।

Leave A Reply

Your email address will not be published.