ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି; ମଦ ର ହୋମ୍‌ ଡେଲିଭରୀ ପାଇଁ ନିଷ୍ପତି ନେଇ ପାରିବେ ରାଜ୍ୟ ସରକାର

Edited by Papu Mohanty

ଭୁବନେଶ୍ୱର : 08/05: ମଦ ବିକ୍ରି ହେବ କି ନାହିଁ ସେ ନିଷ୍ପତ୍ତି ରାଜ୍ୟ ସରକାର ନିଷ୍ପତ୍ତି ନେବେ । ସାମାଜିକ ଦୂରତା ବଜାୟ ରଖି ମଦ ବିକ୍ରି କରାଯାଇ ପାରିବ ବୋଲି କହିଛନ୍ତି ସର୍ବୋଚ୍ଚ ନାୟାଳୟ । ତେବେ ରାଜ୍ୟ ସରକାର ଚାହିଁଲେ ପରୋକ୍ଷରେ ବା ହୋମ୍‌ ଡେଲିଭରୀ ଜରିଆରେ ମଦ ଯୋଗାଇ ଦେଇ ପାରିବେ । ତୃତୀୟ ପର୍ଯ୍ୟାୟ ତାଲାବନ୍ଦର ପ୍ରଥମ ଦିନରୁ ମଦ ବିକ୍ରି ପାଇଁ ଅନୁମତି ମିଳିଥିଲା । ଉଲ୍ଲେଖ ଯୋଗ୍ୟ ଯେ, ଦେଶର କେତେକ ରାଜ୍ୟରେ ମଦ ଦୋକାନ ଖୋଲିଛି । ମାତ୍ର ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟରେ ଏଥି ପାଇଁ ଅନୁମତି ମିଳିନାହିଁ । ଦେଶବ୍ୟାପୀ ତାଲାବନ୍ଦ କଟକଣା ଯୋଗୁ ଦୀର୍ଘଦିନ ଧରି ବନ୍ଦ ଥିବା ମଦ ଦୋକାନ ଗୁଡ଼ିକ ଚଳିତ ସପ୍ତାହରେ ଖୋଲିଥିଲା । ମାତ୍ର ମଦ ଦୋକାନ ଖୋଲିବା ମାତ୍ରେ ଦୋକାନ ଗୁଡ଼ିକ ଆଗରେ ଶହ ଶହ ସଂଖ୍ୟାର ଲୋକଙ୍କର ଭିଡ଼ ଜମିଥିଲା । ଏହାକୁ ନେଇ ବିଭିନ୍ନ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ମଧ୍ୟ ମଦ ଦୋକାନ ଖୋଲିବା ନିଷ୍ପତ୍ତି ସମାଲୋଚନା କରାଯାଇଥିଲା । ପରିସ୍ଥିତିକୁ ନଜରରେ ରଖି ଶୁକ୍ରବାର ସୁପ୍ରମିକୋର୍ଟ ମଦର ଅନଲାଇନ ବିକ୍ରି ତଥା ହୋମ ଡେଲିଭରୀ କରିବାକୁ ଦେଶର ସମସ୍ତ ରାଜ୍ୟ ସରକାରଙ୍କୁ ନିଷ୍ପତି ନେବା ପାଇଁ ପରାମର୍ଶ ଦେଇଛନ୍ତି । ତେବେ ମୋଟାମୋଟି ଭାବେ ମଦ ବିକ୍ରି ନେଇ ନିଷ୍ପତ୍ତି ରାଜ୍ୟ ସରକାରମାନେ ନେବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Comments are closed.