ସୁନାବେଶରେ ଦର୍ଶନ ଦେଲେ ତିନି ଠାକୁର

ଭୁବନେଶ୍ୱର : ଜୁଲାଇ ୦୨:ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ ।ଲୀଳାଖେଳା ସାରି ମାଉସୀ ମାଙ୍କ ଘରୁ ଫେରିବା ପରେ ଗୁରୁବାର ମହଣ ମହଣ ସୁନା ଅଳଙ୍କାରରେ ଆଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । କରୋନା କଟକଣା ପାଇଁ ବିନା ଭକ୍ତରେ ସଂପାଦିତ ହୋଇଛି ରିତିନୀତି । ସିଂହଦ୍ୱାରରେ ତିନି ରଥ ଉପରେ ଅନୁଷ୍ଠିତ ହୋଇଛି ଶ୍ରୀଜୀଉଙ୍କ ସୁନାବେଶ । କରୋନା ସଂକ୍ରମଣ ବଢୁଥିବାରୁ ପୁରୀକୁ ଭକ୍ତଙ୍କୁ ଛଡାଯାଇନାହିଁ । ଟିଭି ମାଧ୍ୟମରେ ମହାବାହୁଙ୍କ ସୁନା ବେଶ ସିଧା ପ୍ରସାରଣ ଦେଖିଛନ୍ତି ଲୋକେ । ରଥଯାତ୍ରାରେ ସୁନାବେଶ ମୁଖ୍ୟ ଆକର୍ଷଣ । ମହାପ୍ରଭୁଙ୍କୁ ଅଧରପଣା ଲାଗି ହେବା ପୂର୍ବରୁ ମହାପ୍ରଭୂଙ୍କ ଦୁଲର୍ଭ ସୁନାବେଶ ନୀତି ଅନୁଷ୍ଠିତ ହୋଇଥାଏ । ପ୍ରଭୁ ଶ୍ରୀଜଗନ୍ନାଥ, ମା ସୁଭଦ୍ରା ଓ ବଳଭଦ୍ର ସୁନା ଅଳଙ୍କାରରେ ମଣ୍ଡିତ ହୋଇଥାନ୍ତି । ଏହି ଅବସରରେ ପୁରୀ ବଡଦାଣ୍ଡ ଚଳଚଞ୍ଚଳ ରହିଛି । ସୁନାର କିରୀଟ, ବାହାଡାମାଳି, ହରିଡା କଦମ୍ବ ମାଳି, ଶ୍ରୀପୟର, ଶ୍ରୀଭୁଜ, ଓଡିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ ଆଦି ଆଭୂଷଣରେ ତିନି ଠାକୁର ସଜେଇ ହୋଇଛନ୍ତି । ସମଗ୍ର ରାଜ୍ୟ ଓ ଦେଶବିଦେଶରେ ଥିବା ଭକ୍ତମାନେ ଟିଭି ଓ ଡିଜିଟାଲ ପ୍ଲାର୍ଟଫର୍ମରେ ପ୍ରଭୂଙ୍କ ସୁନାବେଶ ଦେଖିବାର ସୁଯୋଗ ନେଇଛନ୍ତି ।

Comments are closed.