ସୁଇମିଂପୁଲ୍‌ରେ ଗାଧୋଇଲେ ଦଣ୍ଡ

0

ଦିଲ୍ଲୀ: ସେପ୍‌ଟେମ୍ବ ୧: ଯେଉଁମାନଙ୍କୁ ପହଁରା ଜାଣିଥାନ୍ତି ସେମମାନଙ୍କୁ ସୁଇମିଂପୁଲ୍‌ ବହୁତ ପସନ୍ଦ ଆସିଥାଏ । ସାଧାରଣତଃ ସମସ୍ତେ ସୁଇମିଂ ପୁଲ୍‌ ଫ୍ରେଶ ହେବା ପାଇଁ ଯାଇଥାଆନ୍ତି । ହେଲେ ଏଭଳି ମଧ୍ୟ ସୁଇମିଂପୁଲ୍‌ ଅଛି ଯାହାକୁ ‘ବିଷ ସୁଇମିଂପୁଲ’ ବୋଲି ଆଖ୍ୟା ଦିଆଯାଇଛି । ଆମେରିକାର ୟଲୋଷ୍ଟେସନ୍‌ ନ୍ୟାସନାଲ ପାର୍କରେ ରହିଛି ‘ନୋରିସ୍‌ ଗେସିଅର୍‌’ ବେସିନ୍‌ । ଏହି ସୁଇମିଂପୁଲ୍‌ ସାଧାରଣ ଲୋକଙ୍କ ପାଇଁ ଅତ୍ୟଧିକ କ୍ଷତିକାରକ । ସୂଚନା ଅନୁସାରେ, ଏହି ସୁଇମିଂପୁଲ୍‌ରେ ଗୋଧୋଇବା ଫଳରେ ଜଣେ ବ୍ୟକ୍ତି ଆଉ ଜୀବନରେ କେବେ ବି ପହଁରି ପାରି ନଥିଲେ । ଯ ।ହାଫଳରେ ଏଠାରେ ସାଧାରଣ ଲୋକଙ୍କର ଯିବା ଆସିବାକୁ ନିଷେଧ କରାଯାଇଛି । ହେଲେ ଏକ ମହିଳା ଏହି ନିୟମକୁ ଭାଙ୍ଗିବା ଫଳରେ ତାଙ୍କୁ ଜେଲ୍‌ ଯିବାକୁ ପଡିଛି । ତାଙ୍କୁ କେବଳ ଜେଲ୍‌ ନୁହେଁ ୨୦୦୦ ଡଲାରର ଜରିମାନା ମଧ୍ୟ ଦେବାକୁ ପଡିଛି । ଏହି ପୁଲ୍‌ର ମାଟି ଆବଡାଖାବଡା ହୋଇଥିବା ବେଳେ ଏହା କୌଣସି ବି ସମୟରେ ଭାଙ୍ଗିପାରେ । ଏହାସହ ଏହି ସୁଇମିଂପୁଲର ପାଣି ମଧ୍ୟ ଢେର ଗରମ । ତେଣୁ ଏଠାକୁ ସାଧାରଣ ଲୋକ ଆସିଲେ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ପୂର୍ବରୁ ୨୦୧୬ରେ ଜଣେ ୨୩ ବର୍ଷୀୟ ପର୍ଯ୍ୟଟକଙ୍କର ଏହି ପୁଲ୍‌ରେ ଗାଧୋଇବା ଫଳରେ ମୃତୁ୍ୟ ହୋଇଥିଲା । ଯୁବକଙ୍କ ଶରୀର ମଧ୍ୟ ଏସିଡିକ୍‌ ପାଣି ପାଇଁ ନଷ୍ଟ ହୋଇଯାଇଥିଲା ।

Leave A Reply

Your email address will not be published.