ସୀମାରେ ସ୍ଥିତି ପରଖିବେ ପ୍ରତିରକ୍ଷାମନ୍ତ୍ରୀ

0

ନୂଆଦିଲ୍ଲୀ : ଜୁଲାଇ ୧୫:ଧିରେ ଧିରେ ଭାରତ-ଚୀନ ସୀମା ବିବାଦ ଥମିବାରେ ଲାଗିଛି । ଏଲ୍‌ଏସି ରୁ ପ୍ରାୟ ୨କିମି ପଛକୁ ହଟିଛି ଚୀନ ସେନା । ସବୁ ଉତେଜନା ପୂର୍ଣ୍ଣ ସ୍ଥାନ ଗୁଡିକରୁ ପର୍ଯ୍ୟାୟ କ୍ରମେ ପଛକୁ ହଟିବ ବୋଲି ଚୀନ ତରଫରୁ ସୂଚନା ମଧ୍ୟ ମିଳିଛି । ଏଥିପାଇଁ ମଙ୍ଗଳବାର କୋର କମାଣ୍ଡ ଲେଭଲ ବୌଠକ ମଧ୍ୟ ବସିଥିଲା । ଦୀର୍ଘ ୧୫ ଘଣ୍ଟାର ଧରି ବସିଥିବା ବୌଠକ ପରେ ଦୁଇ ଦେଶର ସେନା ଦିତ୍ୱୀୟ ପର୍ଯ୍ୟାୟରେ ପୁଣି ପଛକୁ ହଟିବାର କାର୍ଯ୍ୟ ଆରମ୍ଭ କରିବେ ବୋଲି ଜଣା ପଡିଛି । ତେବେ ଏସବୁ ମଧ୍ୟରେ ୧୭ ଓ ୧୮ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲଦାଖ ଓ ଜମ୍ମୁ-କଶ୍ମୀର ଗସ୍ତ କରିବା ନେଇ ସୂଚନା ମିଳିଛି । ପ୍ରକୃତ ନିୟନ୍ତ୍ରଣ ରେଖାରେ ସ୍ଥିତି ସମୀକ୍ଷା କରିବା ନେଇ ପ୍ରତିରକ୍ଷାମନ୍ତ୍ରୀ ଲଦାଖ ଗସ୍ତ କରିବେ । ସମାନ ଭାବରେ ଜମ୍ମୁ-କଶ୍ମୀର ସୀମା ସ୍ଥିିତି ମଧ୍ୟ ପରଖିବେ ରାଜନାଥ ସିଂ । ପ୍ରତିରକ୍ଷାମନ୍ତ୍ରୀଙ୍କ ସହିତ ଆର୍ମି ଚିଫ୍‌ ଏମ୍‌ଏମ୍‌ ନରୱାଣେ ମଧ୍ୟ ଉପସ୍ଥିତ ରହିବେ । ତେବେ ଗତ କିଛି ଦିନ ହେବ ଭାରତ-ଚୀନ ସୀମା ବିବାଦ ଦେଶ ପାଇଁ ଏକ ବଡ ମୁଣ୍ଡ ବିନ୍ଧାର କାରଣ ହୋଇଥିଲା । ମାତ୍ର କୂଟନୌତିକ ଓ ସାମରିକ ସ୍ତରରେ ବାରମ୍ବାର ଆଲୋଚନା ପରେ ବର୍ତମାନ ଏଲ୍‌ଏସି ସ୍ଥିତି ସାମାନ୍ୟ ସୁଧୁରିଛି । କି;ୁ ଭାରତ ଏବେ ବି ଚୀନର ସବୁ ପଦକ୍ଷପ ଉପରେ କଡା ନଜର ରଖିଛି ।

Leave A Reply

Your email address will not be published.