ସିବିଏସ୍‌ଇ ଢାଞ୍ଚାରେ କମିବ ସ୍କୁଲ ସିଲାବସ; ମୁଖ୍ୟମନ୍ତ୍ରୀଙ୍କଠୁ ମିଳିଛି ଗ୍ରୀନ ସିଗନାଲ

ଯୁକ୍ତ ଦୁଇ ପାଇଁ କମିଟି ନିଷ୍ପତ୍ତି ନେବେ

0

ଭୁବନେଶ୍ୱର(ସବୁ୍ୟ): ଜୁଲାଇ ୨୨: କରୋନା ସଂକ୍ରମଣ ଯୋଗୁ ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନରେ ଶିକ୍ଷାଦାନ କରାଯାଉଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଣିକି ସ୍କୁଲରେ ସିବିଏସ୍‌ଇ ଢାଞ୍ଚାରେ ରାଜ୍ୟର ହ୍ରାସ ପାଇବ ସିଲାବସ୍‌ । ଓଡ଼ିଆ ସ୍କୁଲଗୁଡ଼ିକରେ ପାଠ୍ୟଖସଡ଼ା କମାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସବୁଜ ସଙ୍କେତ ମିଳିଛି । ତେବେ ଯୁକ୍ତ ଦୁଇ ପାଠ୍ୟକ୍ରମରେ ସିଲାବସ କମାଇବା ପାଇଁ କମିଟି ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ I
ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ କେତେ ପାଠ ପଢ଼ିବାକୁ ହେବ ସେନେଇ ଏସ୍‌ସିଇଆରଟି ଏକ୍ସପର୍ଟ କମିଟି ନିଷ୍ପତ୍ତି ନେବ । ଯୁକ୍ତ ଦୁଇ ସିଲାବସ୍‌ ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକ୍ସପର୍ଟ କମିଟି ମଧ୍ୟ ନିଷ୍ପତ୍ତି ନେବ । ଶିକ୍ଷାନୁଷ୍ଠାନ ଖୋଲିବା ପରେ କେତେ ଦିନ ଶିକ୍ଷା ବର୍ଷ ବାକି ରହିଛି, ତାହାରି ଆଧାରରେ ଏକ୍ସପର୍ଟ କମିଟି ନିଷ୍ପତ୍ତି ନେଇପାରିବେ । ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କେତେ ପ୍ରତିଶତ ସିଲାବସ୍‌ ହ ୍ରାସ କରାଯିବ ତାହା ଆଗରୁ ସୂଚୀତ କରାଇ ଦିଆଯିବ ।
ପୂର୍ବରୁ ସିବିଏସ୍‌ଇ ସିଲାବସ୍‌ ୩୦ ପ୍ରତିଶତ କମିବ ବୋଲି ମାନବ ସମ୍ବଳ ବିଭାଗ ପକ୍ଷରୁ କୁହାଯାଇଥିଲା । ଛାତ୍ରଛତ୍ରୀଙ୍କ ଶିକ୍ଷା ଗ୍ରହଣ କରିବା ଦିଗରେ ଆବଶ୍ୟକ ମୁଖ୍ୟ ବିଷୟବସ୍ତୁ ଏଥିରେ ରହିବ । ଅତିରିକ୍ତ ୩୦ ପ୍ରତିଶତ ବିଷୟ ପାଠ୍ୟଖସଡାକୁ ବାଦ ଦିଆଯିବ ବୋଲି ସୂଚନା ଦିଆଯାଇଥିଲା ।

Leave A Reply

Your email address will not be published.