ସିଏଏକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

କେରଳ ପ୍ରଥମ ରାଜ୍ୟ

ନୂଆଦିଲ୍ଲୀ: ସିଏଏ ବିରୋଧରେ ୬୦ଟି ଆବେଦନ ସୁପ୍ରିମକୋର୍ଟରେ ଦାଖଲ ହୋଇଥିôବା ବେଳେ ପ୍ରଥମ ରାଜ୍ୟଭାବେ ସିଏଏକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା କେରଳ । ସିଏଏକୁ ନେଇ ସାରା ଦେଶରେ ଆନ୍ଦୋଳନ ଜାରି ରହିଥିବା ବେଳେ କେରଳ ସରକାରଙ୍କ ଏ ପଦକ୍ଷେପ ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରିବ । କେରଳରେ କ୍ଷମତାସୀନ ବାମପନ୍ଥୀ ସରକାର ଦାଖଲ କରିଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଯେ, ସିଏଏ ସମ୍ବିଧାନର ଏକାଧିକ ଧାରାକୁ ଉଲଂଘନ କରୁଛି । ସମ୍ବିଧାନ ସମାନ ଅଧିକାର ଓ ଧର୍ମନିରପେକ୍ଷତାର ତତ୍ତ୍ୱକୁ ସିଏଏ ଜରିଆରେ ଉଲ୍ଲଘଂନ କରାଯାଇଛି । ସମ୍ବିଧାନର ଧାରା ୧୪, ୨୧ ଓ ୨୫କୁ ଏହା ଉଲ୍ଲଘଂନ କରୁଥିବା ପିଟିସନରେ କୁହାଯାଇଛି । ଖାଲି ସିଏଏ ନୁହଁ ପାସପୋର୍ଟ ଆଇନ ଓ ବିଦେଶୀ(ସଂଶୋଧନ) ୨୦୧୫ର ନିର୍ଦ୍ଦେଶକୁ ମଧ୍ୟ କେରଳ ସରକାର ଏହି ପିଟିସନରେ ଚ୍ୟାଲେଞ୍ଜ କରିଛନ୍ତି । ଏହି ଆଇନରେ ୨୦୧୫ ପୂର୍ବରୁ ପଡ଼ୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଭାରତ ଆସି ଥିବା ଅଣମୁସଲିମଙ୍କ ରହିବା ପ୍ରକ୍ରିୟାକୁ ସ୍ଥାୟୀ କରିବା ବିଷୟରେ ଉଲ୍ଲେଖ ଅଛି । ସମ୍ବିଧାନର ଧାରା ୧୩୧ ଅନୁଯାୟୀ ଏହି ପିଟିସନ କେରଳ ସରକାର ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି । ଏହି ଧାରା ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କୋ÷ଣସି ଆଇନକୁ ନେଇ ବିବାଦ ଦେଖାଦେଲେ, ଏହା ସମାଧାନ ସୁପ୍ରିମକୋର୍ଟ କରିବାର ପ୍ରାବଧାନ ରହିଛି । ସିଏଏକୁ ନେଇ ଦାଖଲ ହୋଇ ସମସ୍ତ ୬୦ଟି ଆବେଦନ ସହ କେରଳ ସରକାରଙ୍କ ଆବେଦନ ଶୁଣାଣି ହେବବୋଲି ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି । ଦେଶର ଏକାଧିକ ରାଜ୍ୟ ସରକାର ସିଏଏକୁ ବିରୋଧ କରୁଥିଲେ ବି କେହି ସୁପ୍ରିମକୋର୍ଟ ଯାଇନାହାନ୍ତି ।

Comments are closed.