ଶକୁନ୍ତଳା ଦେବୀ

ଜଣେ ଭାରତୀୟ ଗଣିତଜ୍ଞ ଓ ବିସ୍ମୟକାରୀ ମାନସିକ ସଂଖ୍ୟା ଗଣକ ଥିଲେ, ଯିଏ ମାନବ କମ୍ପ୍ୟୁଟର ନାମରେ ମଧ୍ୟ ପ୍ରସିଦ୍ଧ ଥିଲେ । ବାଙ୍ଗାଲୋରରେ ନଭେମ୍ବର ୪, ୧୯୨୯ ମସିହାରେ ଶକୁନ୍ତଳା ଦେବୀଙ୍କ ଜନ୍ମ । ତାଙ୍କ ପିତା ଜଣେ ମନ୍ଦିର ପୁଜାରୀ ହେବା ପାଇଁ ରାଜି ନ ହୋଇ ଗୋଟିଏ ସର୍କସ ଦଳରେ ଯୋଗ ଦେଇଥିଲେ । ଶକୁନ୍ତଳାଙ୍କୁ ଯେତେବେଳେ ମାତ୍ର ତିନି ବର୍ଷ ବୟସ, ଏକ ତାସ୍‌ ମ୍ୟାଜିକ ଶିଖାଇବାକୁ ଯାଇ ତାଙ୍କ ପିତା […]

ଶକୁନ୍ତଳା ଦେବୀ

ଜଣେ ଭାରତୀୟ ଗଣିତଜ୍ଞ ଓ ବିସ୍ମୟକାରୀ ମାନସିକ ସଂଖ୍ୟା ଗଣକ ଥିଲେ, ଯିଏ ମାନବ କମ୍ପ୍ୟୁଟର ନାମରେ ମଧ୍ୟ ପ୍ରସିଦ୍ଧ ଥିଲେ । ବାଙ୍ଗାଲୋରରେ ନଭେମ୍ବର ୪, ୧୯୨୯ ମସିହାରେ ଶକୁନ୍ତଳା ଦେବୀଙ୍କ ଜନ୍ମ । ତାଙ୍କ ପିତା ଜଣେ ମନ୍ଦିର ପୁଜାରୀ ହେବା ପାଇଁ ରାଜି ନ ହୋଇ ଗୋଟିଏ ସର୍କସ ଦଳରେ ଯୋଗ ଦେଇଥିଲେ । ଶକୁନ୍ତଳାଙ୍କୁ ଯେତେବେଳେ ମାତ୍ର ତିନି ବର୍ଷ ବୟସ, ଏକ ତାସ୍‌ ମ୍ୟାଜିକ ଶିଖାଇବାକୁ ଯାଇ ତାଙ୍କ ପିତା ଝିଅର ସଂଖ୍ୟାଗୁଡିକୁ ମନେରଖିବାର ଅଦ୍ଭୁୁତ କ୍ଷମତା ଲକ୍ଷ୍ୟ କରିପାରିଲେ । ପିତା ସର୍କସ ଛାଡି ଶକୁନ୍ତଳାଙ୍କୁ ନେଇ ତାଙ୍କର ଅଦ୍ଭୁୁତ ଗଣନା ଶକ୍ତି ପ୍ରଦର୍ଶନ କରିବା ନିମିତ୍ତ ରାସ୍ତାଘାଟରେ ଗଣିତ ଖେଳ ଦେଖାଇବା ଆରମ୍ଭ କଲେ । ଶକୁନ୍ତଳା ସେତେବେଳେ କୌଣସି ପ୍ରକାର ଔପଚାରିକ ଶିକ୍ଷା ଲାଭ କରି ନ ଥିଲେ । ଛଅବର୍ଷ ବେଳକୁ ସେ ମାନସିକ ଗଣନା ତଥା ମନେ ରଖିବାର ଅଦ୍ଭୁୁତ ଦକ୍ଷତା ମହୀଶୂର ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ କରିଥିଲେ । ଏହାପରେ ସାରାବିଶ୍ୱରେ ସେ ନିଜର ଗଣିତ ଦକ୍ଷତା ପାଇଁ ଖୁବ ପରିଚିତ ହୋଇପାରିଥିଲେ । ତାଙ୍କ ଦକ୍ଷତା ପାଇଁ ତାଙ୍କୁ ହ୍ୟୁମାନ କମ୍ପ୍ୟୁଟରର ଆଖ୍ୟ ଦିଆଯାଇଥିଲା । ତାଙ୍କ ଜୀବନିକୁ ନେଇ ବଲିଉଡରେ ଶକୁନ୍ତଳା ଦେବୀ ନାମରେ ଏକ ଫିଲ୍ମ ମଧ୍ୟ ନିର୍ମାଣ କରାଯାଇଛି । ଯେଉଁଥିରେ ବିଦ୍ୟା ବାଲାନ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ମହାନ ଗଣିତଜ୍ଞଙ୍କର ୨୧ ଏପ୍ରିଲ ୨୦୧୩ରେ ଦେହାନ୍ତ ହୋଇଥିଲା ।

Read More  ଯୋଗୀ ଶ୍ରୀ ଅରବିନ୍ଦ 

Tags:

Related Posts

 ନବକୃଷ୍ଣ ଚୌଧୁରୀ

ନବକୃଷ୍ଣ ଚୌଧୁରୀ

 ରବି ରାୟ 

ରବି ରାୟ