ସାମାଜିକ ଦୂରତ୍ୱକୁ ଫୁ: ବନ୍ଦ ହେଲା ବାପୁଜୀନଗର ମାର୍କେଟ

Edited by Papu Mohanty

ଭୁବନେଶ୍ୱର, (ସବୁ୍ୟ): May 12: କହିଲେ ଶୁଣୁନାହାନ୍ତି, ଫାଇନ ସତ୍ତେ୍ୱ ବି ମାନୁନାହାନ୍ତି ଦୋକାନୀ । ସରକାରୀ ଗାଇଡ୍‌ଲାଇନକୁ କରିଦେଇଛନ୍ତି ନଷ୍ଟଭ୍ରଷ୍ଟ । ଦାକାନ ଆଗରେ ବି ଅସମ୍ଭାଳ ଭିଡ଼ ହେଉଛି । ଏହି ନିୟମକୁ ଉଭୟ ଦୋକାନୀ ଓ ଗ୍ରାହକ ପାଦରେ ଦଳିଦେଉଛନ୍ତି । ଯେଉଁଥିପାଇଁ ମଙ୍ଗଳବାର ବାପୁଜୀନଗର ମାର୍କେଟକୁ ପ୍ରଶାସନ ବନ୍ଦ କରିଦେଇଛି ।
କାରୋନା ସଂକ୍ରମଣ ରୋକିବା ଲାଗି ଜାରି ହୋଇଥିବା ଗାଇଡଲାଇନ୍‌ ଅନୁପାଳନ କରୁନାହାନ୍ତି ବ୍ୟବସାୟୀ । ଦୋକାନୀମାନେ ଆଇନ ନମାନିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ବିଏମ୍‌ସି । ତେବେ କେତେ ଦିନ ପର୍ଯ୍ୟନ୍ତ ସମସ୍ତ ଦୋକାନ ବନ୍ଦ ରହିବ ସେନେଇ ପରେ ବିଏମସି ପକ୍ଷରୁ ସୂଚନା ଦିଆଯିବ ବୋଲି ଜଣାପଡିଛି ।
ଅତ୍ୟାବଶ୍ୟକ ଦୋକାନ ଛାଡି ଅନ୍ୟ ସମସ୍ତ ଦୋକାନକୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ବାପୁଜୀ ନଗର ମାର୍କେଟକୁ ବନ୍ଦ କରାଯାଇଛି । ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ ଓ ବିଏମସିର ଅନୁମତି ନ ନେଇ ଦୋକାନ ଖୋଲିବାରୁ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଏମ୍‌ସି । ବିଏମ୍‌ସି ଜୋନାଲ ଡେପୁଟି କମିସନର ଅଂଶୁମାନ ରଥ କହିଛନ୍ତି, ଏହି ସମୟରେ କେବଳ ଜରୁରୀ ସାମଗ୍ରୀ ଦୋକାନ ଖୋଲା ରହିବ । ବାକି ସବୁ ଦୋକାନ ବନ୍ଦ ରହିବ । ମାର୍କେଟ କମିଟି ସହିତ ବିଏମସି କର୍ତ୍ତୃପକ୍ଷ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି ।

Comments are closed.