ସାନିଆ ଓ ଅଙ୍କିତା ୟୁକ୍ରେନ ର ଯାଆଁଳା ଭଉଣୀ ଙ୍କ ଠାରୁ ପରାସ୍ତ; ପି ଭି ସିନ୍ଧୁ ଙ୍କ ବିଜୟ ଅଭିଯାନ ଆରମ୍ଭ

ଟୋକିଓ: ଜୁଲାଇ ୨୫: ଭାରତୀୟ ଟେନିସ ପ୍ରେମୀ ନିରାଶ ହୋଇଛନ୍ତି। ଟୋକିଓ ଅଲିମ୍ପିକ୍ସରେ ମହିଳା ଡବଲ୍ସ ଇଭେଣ୍ଟର ପ୍ରଥମ ରାଉଣ୍ଡରେ ସାନିଆ ମିର୍ଜା ଏବଂ ଅଙ୍କିତା ରାଇନା ପରାସ୍ତ ହୋଇଛନ୍ତି । ସେମାନେ ୟୁକ୍ରେନର ପ୍ରତିଯୋଗୀ ନାଡିଆ ଏବଂ ଲ୍ୟୁଡମିଲା କିଚେନୋକ ଭଉଣୀଙ୍କଠାରୁ ୬-୦,୬-୭, ୮-୧୦ ରେ ପରାସ୍ତ ହେଇଛନ୍ତି।

ରବିବାର ଦିନ ଏରିଆକ ପାର୍କ ରେ ସାନିଆ ଏବଂ ଅଙ୍କିତା ଏବଂ ୟୁକ୍ରେନର କିଚେନୋକ ଯାଆଁଳା – ଲ୍ୟୁଡମିଲା ଏବଂ ନାଡିଆଆ ମଧ୍ୟରେ ଖେଳାଯାଇଥିବା ଗୋଟିଏ ମ୍ୟାଚ ରେ ସନିଆ ଓ ଅଙ୍କିତ ହାରିଯାଇଛନ୍ତି I
ସାନିଆ ଏବଂ ଅଙ୍କିତା ମଧ୍ୟଭାଗରେ ମ୍ୟାଚ୍କୁ ନିୟନ୍ତ୍ରଣରେ ରଖିଥିଲେ କିନ୍ତୁ ଦୁଇ ଭଉଣୀଙ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ଅନୁମତି ଦେଇଥିଲେ ଏବଂ ଶେଷରେ ମ୍ୟାଚ୍ ହାରିଯାଇଥିଲେ I
ଭାରତୀୟ ଯୋଡି ୨୧ ମିନିଟରେ ପ୍ରଥମ ସେଟ୍ 6-0 ଜିତିଥିଲେ I ସ୍କ୍ରିପ୍ଟରେ ଏକ ମୋଡ଼ ଆସିବା ପୂର୍ବରୁ ସାନିଆ ଏବଂ ଅଙ୍କିତା ଦ୍ୱିତୀୟ ସେଟ ରେ 5-3 ଅଗ୍ରଣୀ ହୋଇଥିଲେ | ପରବର୍ତୀ ଅବସ୍ଥାରେ ଖେଳ କୁ ପ୍ରତ୍ୟାବର୍ତ୍ତନ କରିଥିଲେ ୟୁକ୍ରେନ ଖେଳାଳି ଏବଂ ଦ୍ଵିତୀୟ ସେଟ ରେ ଜିତିଥିଲେ I ତୃତୀୟ ସେଟ କୁ ସେମାନେ ୭-୦ ରେ ଜିତିଥିଲେ I

ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପି ଭି ସିନ୍ଧୁ ଟୋକିଓ ଅଲମ୍ପିକ୍ସରେ ନିଜ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି। ସିଙ୍ଗଲ ଗୃପ ସ୍ତରୀୟ ମ୍ୟାଚ ରେ ଇସ୍ରାଏଲ ପ୍ରତିଯୋଗୀ କେସେନିଆ ପୋଲିକାରପୋଭାଙ୍କୁ ୨୬ ବର୍ଷିଆ ସିନ୍ଧୁ ୨୯ ମିନିଟ୍ ମଧ୍ୟରେ ପରାସ୍ତ କରିଛନ୍ତି। ସିନ୍ଧୁ ତାଙ୍କୁ ୨୧-୭, ୨୧-୧୦ ଗେମ ରେ ପରାସ୍ତ କରିଛନ୍ତି।
ସିନ୍ଧୁ ‘ଜେ’ ଗୃପ ରେ ରହିଛନ୍ତି I ତାଙ୍କ ସହ ପୋଲିକାରପୋଭା ଓ ହଂକଂ ଖେଳାଳୀ ଚଙ୍ଗ ନେଙ୍ଗ ୟି ରହିଛନ୍ତି। ପୋଲିକାରପୋଭାଙ୍କୁ ପରାସ୍ତ କରିବା ପରେ ସିନ୍ଧୁ ନକ୍ ଆଉଟ୍ ରାଉଣ୍ଡକୁ ଯାଇଛନ୍ତି। ଆସନ୍ତା ଜୁଲାଇ ୨୮ ରେ ସିନ୍ଧୁ ଓ ଚଙ୍ଗ ନେଙ୍ଗ ୟି ମଧ୍ୟରେ ଖେଳ ହେବ।

Comments are closed.